ETV Bharat / state

ଶାବର ଶ୍ରୀକ୍ଷେତ୍ର ମେଘନାଦ ପାଚେରୀ ଭିତରେ ଆୟୋଜିତ ହେବ ରଥଯାତ୍ରା

author img

By

Published : Jun 11, 2021, 9:40 PM IST

ଗତବର୍ଷ ଭଳି ଚଳିତ ବର୍ଷ ଶାବର ଶ୍ରୀକ୍ଷେତ୍ର କୋରାପୁଟର ମନ୍ଦିର ମେଘନାଦ ପାଚେରୀ ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଶାବର ଶ୍ରୀକ୍ଷେତ୍ର ମେଘନାଦ ପାଚେରୀ ଭିତରେ ଆୟୋଜିତ ହେବ ରଥଯାତ୍ରା
ଶାବର ଶ୍ରୀକ୍ଷେତ୍ର ମେଘନାଦ ପାଚେରୀ ଭିତରେ ଆୟୋଜିତ ହେବ ରଥଯାତ୍ରା

କୋରାପୁଟ: ଗତବର୍ଷ ଭଳି ଚଳିତ ବର୍ଷ ଶାବର ଶ୍ରୀକ୍ଷେତ୍ର କୋରାପୁଟର ମନ୍ଦିର ମେଘନାଦ ପାଚେରୀ ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସ୍ପଷ୍ଟ କରିଛନ୍ତି । କୋରାପୁଟ ଜିଲ୍ଲାର କୌଣସି ସ୍ଥାନରେ ମନ୍ଦିର ପରିସର ବାହାରେ ଅନୁଷ୍ଠିତ ହୋଇଆସୁଥିବା ଭଳି ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରାଙ୍କ ରଥଯାତ୍ରା ଚଳିତ ବର୍ଷ ଆୟୋଜିତ ହୋଇପାରିବ ନାହିଁ ।

ଶାବର ଶ୍ରୀକ୍ଷେତ୍ର ମେଘନାଦ ପାଚେରୀ ଭିତରେ ଆୟୋଜିତ ହେବ ରଥଯାତ୍ରା

ତେବେ ମନ୍ଦିର ପରିଚାଳନା କମିଟି ମନ୍ଦିର ପରିସର ମଧ୍ୟରେ ଏହି ଯାତ୍ରା କୋଭିଡ ନିୟମକୁ ପାଳନ କରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ସମ୍ପନ୍ନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଜଣାଇଛନ୍ତି । ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଆଧାର କରି ଭକ୍ତଙ୍କ ଅନୁପସ୍ଥିତିରେ କୋରାପୁଟର ମନ୍ଦିର ପରିସରରେ ହିଁ ବିଧିବିଧାନକୁ ରକ୍ଷା କରି କିଛି ହାତଗଣତି ସେବକଙ୍କ ଦ୍ୱାରା ଯାତ୍ରା ଅନୁଷ୍ଠିତ ହେବ ବୋଲି ଗଦାଧର ପରିଡା ସୂଚନା ଦେଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.