ETV Bharat / state

ପୁଣି ଚର୍ଚ୍ଚାରେ ବିବାଦୀୟ କୋଟିଆ, ଖୋଲିବ ଥାନା

author img

By

Published : Nov 8, 2019, 1:46 AM IST

ଡିଜାଇନ ଫଟୋ

କୋଟିଆରେ ପୁନଃ ପ୍ରତିଷ୍ଠା ହେବ ଥାନା । ଏନେଇ ବାଚସ୍ପତି ସୂଚନା ଦେବାପରେ କୋରାପୁଟରେ ଆରମ୍ଭ ହୋଇଛି ଚର୍ଚ୍ଚା ।

କୋରାପୁଟ: କୋଟିଆରେ ପୁନଃ ପ୍ରତିଷ୍ଠା ହେବ ଥାନା । ଏନେଇ ବାଚସ୍ପତି ସୂଚନା ଦେବାପରେ କୋରାପୁଟରେ ଆରମ୍ଭ ହୋଇଛି ଚର୍ଚ୍ଚା ।

କୋରାପୁଟ ଜିଲ୍ଲାର ସୀମାନ୍ତରେ ଥିବା 21ଟି ଗ୍ରାମକୁ ନେଇ ଗଠିତ କୋଟିଆ ପଞ୍ଚାୟତର ବିକାଶକୁ ନେଇ ଭୁବନେଶ୍ବରରେ ରାଜ୍ୟ ସରକାର ଆଲୋଚନା କରିବା ଓ ସେଠାରେ ପୁଣି ଥରେ ଥାନା ତିଆରି କରିବା ସଂକ୍ରାନ୍ତରେ ବାଚସ୍ପତି ସୂଚନା ଦେବା ପରେ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଅନେକ ବର୍ଷ ପୂର୍ବେ ମାଓବାଦୀଙ୍କ ପ୍ରାର୍ଦୁଭାବ ଯୋଗୁଁ ଏଠାରୁ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶର ପୋଲିସ ଫାଣ୍ଡି ସ୍ଥାନାନ୍ତରିତ ହୋଇଯାଇଥିବାବେଳେ ଏଠାକାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ପଡିଛି । ତେବେ ଥାନା ପାଇଁ ସବୁଜ ସଙ୍କେତ ମିଳିବା ପରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଚାଲୁ ପାଇଁ ଦାବି ହୋଇଛି ।

ସମଗ୍ର କୋଟିଆ ଅଞ୍ଚଳରେ ଅଙ୍ଗନବାଡି ସେବା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ମାନ ତଥା ଶିକ୍ଷା ଯୋଗାଇଦେବାର ଆନ୍ତରିକତାକୁ ନେଇ ଗତ 50 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଟଣା ଓଟରା ଲାଗି ରହିଛି । ଏହାସହ ରାସ୍ତାଘାଟ, ବିଜୁଳି, ଜଳ ଓ ଟେଲିଫୋନ ଯୋଗାଯୋଗ ଯୋଗାଇଦେବା କ୍ଷେତ୍ରରେ ଆନ୍ଧ୍ର ସରକାରଙ୍କ ପାଖରେ ଓଡିଶା ସରକାରଙ୍କ ଉଦ୍ୟମ ହାର ମାନିଥିବା ଅଭିଯୋଗ ହେଉଥିବାବେଳେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।

ପୁଣି ଚର୍ଚ୍ଚାରେ କୋଟିଆ

ତେବେ ଜମି ପଟ୍ଟା ବିହୀନ ଏକ ସାମାଜିକ ବ୍ୟବସ୍ଥାରେ ଜାତିଗତ ପ୍ରମାଣ ପତ୍ର ନଥିବା ଓ ଆଦିବାସୀ ମାନ୍ୟତା ନ ମିଳିଥିବା ଜୀବନକୁ ନେଇ ବିଭିନ୍ନ ସମସ୍ୟାରେ ପେଷି ହେଉଥିବା କୋଟିଆବାସୀଙ୍କ ପାଇଁ ଥାନାର ପୁନରୁଦ୍ଧାର କେତେଦୂର ବିକାଶକୁ ତ୍ବରାନ୍ବିତ କରିବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି କୋରାପୁଟ ଜିଲ୍ଲାର ସୀମାନ୍ତରେ ଥିବା ୨୧ ଟି ଗ୍ରାମକୁ ନେଇ ଗଠିତ କୋଟିଆ ପଂଚାୟତ ର ବିକାଶକୁ ନେଇ ଭୁବନେଶ୍ୱର ଠାରେ ରାଜ୍ୟ ସରକାର ଆଲୋଚନା କରିବା ଓ କୋଟିଆ ଠାରେ ପୋଲିସ ଥାନାର ପୁନଃ ସ୍ଥାପନା କରିବା ସଂକ୍ରାନ୍ତରେ ବାଚସ୍ପତିଙ୍କ ଦ୍ୱାରା ଦିଆଯାଇଥିବା ବୟାନ କୁ ନେଇ କୋରାପୁଟ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।Body:ଅନେକ ବର୍ଷ ପୂର୍ବେ ମାଓବାଦୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଏଠାରୁ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ର ପୋଲିସ ଫାଣ୍ଡି ସ୍ଥାନାନ୍ତରିତ ହୋଇଯାଇଥିବା ବେଳେ ଏଠାକାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ପଡିଛି । ସମଗ୍ର କୋଟିଆ ଅଂଚଳରେ ଅଙ୍ଗନବାଡି ସେବା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ମାନ ତଥା ଶିକ୍ଷା ଯୋଗାଇଦେବା ର ଆନ୍ତରିକତା କୁ ନେଇ ଗତ ୫୦ ବର୍ଷରୁ ଉର୍ଧ୍ବ ସମୟ ଧରି ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଟଣା ଓଟରା ଚାଲିଛି । ଏସବୁ କ୍ଷେତ୍ର ସହିତ ରାସ୍ତାଘାଟ , ବିଜୁଳି , ଜଳ ଓ ଟେଲିଫୋନ ଯୋଗାଯୋଗ ଯୋଗାଇଦେବା କ୍ଷେତ୍ରରେ ଆନ୍ଧ୍ର ସରକାରଙ୍କ ପାଖରେ ଓଡିଶା ସରକାରଙ୍କ ଉଦ୍ୟମ ହାର ମାନିଥିବା ଅଭିଯୋଗ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଆଜିର ନିଷ୍ପତ୍ତି କୁ ସ୍ୱାଗତ କରୁଥିଲେ ହେଁ ଜମି ପଟ୍ଟା ବିହୀନ ଏକ ସାମାଜିକ ବ୍ୟବସ୍ଥାରେ ଜାତିଗତ ପ୍ରମାଣ ପତ୍ର ନଥିବା ଓ ଆଦିବାସୀ ମାନ୍ୟତା ନ ମିଳିଥିବା ଜୀବନକୁ ନେଇ ବହୁବିଧ ସମସ୍ୟାରେ ପେଷି ହେଉଥିବା କୋଟିଆ ବାସୀଙ୍କ ପାଇଁ ଥାନାର ପୁନରୁଦ୍ଧାର କେତେଦୂର ବିକାଶକୁ ତ୍ୱରାନ୍ୱିତ କରିବ ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି କୋଟିଆବାସୀ ଓ ଆମ କୋଟିଆ ସଂଗଠନର ସଭାପତି ଗଦାଧର ପରିଡା ।Conclusion:........
ବାଇଟ : ଗଦାଧର ପରିଡା , ସଭାପତି , ଆମ କୋଟିଆ ସଂଗଠନ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.