ETV Bharat / state

‘ପାଖଝୋଲା’ ପଞ୍ଚାୟତ: ପ୍ରତି ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା

author img

By

Published : Jul 23, 2021, 3:18 PM IST

Pakhjhola Panchayat: The facility of cold storage for every farmer
‘ପାଖଝୋଲା’ ପଞ୍ଚାୟତ: ପ୍ରତି ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା

ସବଜି କୁଲରରୁ ଉପକୃତ ହେଉଛନ୍ତି ଚାଷୀ । ନିଜ ଉତ୍ପାଦିତ ପନିପରିବା ଆଉ ନଷ୍ଟ ହେଉନି । ଉତ୍ପାଦିତ ଫସଲକୁ ବିକ୍ରିବଟା ପାଇଁ ଦୀର୍ଘ ଦିନ ଧରି ସାଇତି ରଖି ହେଉଛି । ଅଧିକ ପଢନ୍ତୁ...

କୋରାପୁଟ: ଚାଷୀ ମୁହଁରେ ଫୁଟିଲା ହସ । କାହିଁକି ନା ନିଜ ଉତ୍ପାଦିତ ପନିପରିବା ଆଉ ନଷ୍ଟ ହେଉନି । ଉତ୍ପାଦିତ ଫସଲକୁ ବିକ୍ରିବଟା ପାଇଁ ଦୀର୍ଘ ଦିନ ଧରି ସାଇତି ରଖି ହେଉଛି । ବାଡିରେ ଫଳୁଥିବା ମକା, ଭେଣ୍ତି,ଟମାଟୋ ଓ ଲଙ୍କାଙ୍କୁ ଦୀର୍ଘ ଦିନ ଧରି ସଂରକ୍ଷିତ କରି ରଖୁଛନ୍ତି କୋରାପୁଟ ସେମିଳିଗୁଡା ବ୍ଲକର ପାଖଝୋଲା ଓ ଆଲିଗାଁର ଚାଷୀ । ଆଉ ସେଥିରୁ ବେଶ ଦି ପଇସା ରୋଜଗାର ବି କରୁଛନ୍ତି । କେବଳ ଗୋଟିଏ ଶୀତଳ ଭଣ୍ତାର ନୁହେଁ । ପ୍ରତ୍ୟେକଙ୍କ ବାଡି ପଛପଟେ ରହିଛି ଶୀତଳ ଭଣ୍ତାର । ଯାହାର ନାଁ ହେଉଛି ସବଜି କୁଲର। ଏହି କୁଲର ଦାମ ବି ବହୁତ କମ ରହିଛି ।

‘ପାଖଝୋଲା’ ପଞ୍ଚାୟତ: ପ୍ରତି ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା
ଜୀବିକା ମିଶନ ଓ ଜିଲ୍ଲା ଖଣିଜ ପାଣ୍ଠିର ସହଯୋଗରେ ନିର୍ମାଣ ହୋଇଛି ସବଜି କୁଲର । ଏଥିରେ କୌଣସି ବିଦ୍ୟୁତ,ସୋଲାର ଓ ବ୍ୟାଟେରୀ ଆବଶ୍ୟକ ପଡୁନାହିଁ । ରୁକାଟ ସଂସ୍ଥା ତରଫରୁ ଦିଆଯାଇଥିବା ଟେକ୍ନୋଲୋଜିକୁ ବ୍ୟବହାର କରାଯାଇ ଏହା ନିର୍ମାଣ ହୋଇଛି । ଶୀତଳଭଣ୍ଡାରର ଧାତୁ ଚାମ୍ବରକୁ କୁଲିଂ କରିବା ପାଇଁ ୧୬୦୦ରୁ ଅଧିକ ପ୍ଲାଷ୍ଟିକ ବଲ ବ୍ୟବହାର ହୋଇଛି । ଏଥିପାଇଁ ଖର୍ଚ୍ଚ ହେଉଛି ମୋଟ 50 ହଜାର 500 ଟଙ୍କା । ଚାଷୀ ହାତରୁ 3500 ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନ ତରଫରୁ ଅତିରିକ୍ତ 47 ହଜାର ଟଙ୍କା ଯୋଗାଇ ଦିଆଯାଉଛି । ଜିଲ୍ଲାରେ ଆହୁରି ଏପରି ୨୦୦ ୟୁନିଟ ସ୍ଥାପନ କରିବାର ଯୋଜନା ରହିଛି । ଯାହା ଚାଷୀଙ୍କ ପାଇଁ ବେଶ ଉପଯୋଗୀ ହେବ ।

କୋରୋପୁଟରୁ ସିଏଚ. ଶାନ୍ତାକାର,ଇଟିଭି ଭାରତ


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.