ETV Bharat / state

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

author img

By

Published : Aug 22, 2022, 11:19 AM IST

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ,ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ,ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଅଧିକ ପଢନ୍ତୁ

କୋରାପୁଟ: ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ଗତ ଦୁଇଦିନ ତଳେ ଜ୍ବର ହେବା ପରେ ଅସୁସ୍ଥ ଅନୁଭବ କରିଥିଲେ କମଳା । କିନ୍ତୁ ସୋମବାର ସକାଳ ଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ପରେ ପରିବାର ତରଫରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରାଯାଇଥିଲା ।

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ,ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାର ପାତ୍ରପୁଟରେ 300ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ପ୍ରାପ୍ତ କରିଥିଲେ କମଳା ପୂଜାରୀ ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.