ETV Bharat / state

କୋରାପୁଟ ପ୍ରଶାସନ ବିରୁଦ୍ଧରେ ଗର୍ଜିଲା ଓଡିଶା ରାଜସ୍ୱ ଅମଲା ସଂଘ

author img

By ETV Bharat Odisha Team

Published : Oct 30, 2023, 8:01 PM IST

ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଗର୍ଜିଲା ଓଡିଶା ରାଜସ୍ୱ ଅମଲା ସଂଘ
ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଗର୍ଜିଲା ଓଡିଶା ରାଜସ୍ୱ ଅମଲା ସଂଘ

କୋରାପୁଟ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ପାତର ଅନ୍ତର ନୀତି ଅଭିଯୋଗ ଆଣିଲା ଅମଲା ସଂଘ । ଅମଲାଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଲା ସଂଘ । ଅଧିକ ପଢନ୍ତୁ

ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଗର୍ଜିଲା ଓଡିଶା ରାଜସ୍ୱ ଅମଲା ସଂଘ

କୋରାପୁଟ: ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ପାତର ଅନ୍ତର ନୀତି ଅଭିଯୋଗ ଆଣି ଗର୍ଜିଲା ଓଡିଶା ରାଜସ୍ୱ ଅମଲା ସଂଘର କୋରାପୁଟ ଶାଖା । ଅମଲାଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ଅମଲା ସଂଘ । ସଂଘର କୋରାପୁଟ ଜିଲ୍ଲା ଶାଖା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ଭତରା କର୍ମଚାରୀଙ୍କ ଉପରେ କୋରପୁଟ ଜିଲ୍ଲା ପ୍ରଶାସନ ମନମୁଖୀ ଶାସନ ଚଳାଉଥିବା ଅଭିଯୋଗ ଆଣିଛନ୍ତି । ଏହା ସହ ବାରମ୍ବାର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।

ଜିଲ୍ଲା ପ୍ରଶାସନର କିଛି ଅଧିକାରୀ ସେମାନଙ୍କ ପ୍ରତି ପାତରଅନ୍ତର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ସଂଘ । କିଛି କର୍ମଚାରୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ସେମାନଙ୍କୁ ସୁହାଇଲା ଭଳି ସ୍ଥାନକୁ ବଦଳି କରୁଥିବା ବେଳେ ଚାକିରି ଜୀବନର ଶେଷ ଭାଗରେ ପହଞ୍ଚିଥିବା କିଛି କର୍ମଚାରୀଙ୍କୁ ଅଧିକାରୀ ମାନଙ୍କ ଇଚ୍ଛା ମୁତାବକ ସ୍ଥାନକୁ ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଅବସର ନେବାର ନିକଟତର ହୋଇଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ଅବସ୍ଥାପିତ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ସଂଘର ଏପରି ବୟସ୍କ ବ୍ୟକ୍ତିଙ୍କ ଅନୁରୋଧକୁ ମଧ୍ୟ ସମ୍ପୃକ୍ତ ଅଧିକାରୀ ଶୁଣିବା ନଥିବା ସଂଘ ଅଭିଯୋଗ କରିଛି । ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହ ଉତ୍ତମ ବୁଝାମଣା ରଖିଥିବା କିଛି କିରାଣୀ ବର୍ଷ ବର୍ଷ ଧରି ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ଅନେକ ଅମଲା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବହୁ ଅସୁବିଧାରେ କାର୍ଯ୍ୟକରି ଆସୁଛନ୍ତି । ହେଲେ ସେମାନଙ୍କ ବଦଳି କରାଯାଉ ନଥିବା ଅଭିଯୋଗ କରିଛନ୍ତି ସମ୍ପାଦକ ନିତ୍ୟାନନ୍ଦ ଭତରା ।

ଏହା ମଧ୍ୟ ପଢନ୍ତୁ....ଜବରଦଖଲ ଯୋଗୁଁ ଶଙ୍କୁଚିତ ହେଲାଣି ରାସ୍ତା: ସରକାରୀ ପାଚେରୀକୁ ଲାଗି ହୋଇଛି ଦୋକାନ, କାର୍ଯ୍ୟାନୁଷ୍ଠାନ ଶୂନ

ନିକଟରେ ଓଆରଏସ ପଦୋନ୍ନତି ପାଇବା ପାଇଁ 25ରୁ ଊର୍ଦ୍ଧ୍ବ ଅମଲା ଯୋଗ୍ୟ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କେବଳ 5 ଜଣଙ୍କୁ ଆରଡିସି କାର୍ଯ୍ୟାଳୟକୁ ପଠା ଯାଇଛି । ଯାହାକି ଅନ୍ୟ ଜିଲ୍ଲା ଅପେକ୍ଷା ଢେର କମ ବୋଲି ସେ ପହିଛନ୍ତି । ଏହି ସବୁ ସମସ୍ୟା ସମ୍ପର୍କରେ ସଂଘ ଦ୍ୱାରା କୋରାପୁଟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଶଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଯଦି ସଂଘର ଦାବି ଗୁଡିକୁ ତୁରନ୍ତ ପୂରଣ କରାନଗଲେ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଓ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଠଛି ।



ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.