Odisha Assembly Winter Session: ବିଜେପି କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ, କାଲି ବସିବ ବିଜେଡି ବୈଠକ

author img

By

Published : Nov 23, 2022, 6:20 PM IST

Odisha Assembly Winter Session: ବିଜେପି କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ, କାଲି ବସିବ ବିଜେଡି ବୈଠକ

ଆସନ୍ତା କାଲି (ଗୁରୁବାର) ଠାରୁ ବିଧାନସଭା ଶୀତ ଅଧିବେଶନ (Odisha Assembly Winter Session) । ଅଧିବେଶନ ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର 24 ତାରିଖରେ ଅର୍ଥ ମନ୍ତ୍ରୀ 2022/23 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା କାଲି (ଗୁରୁବାର) ଠାରୁ ବିଧାନସଭା ଶୀତ ଅଧିବେଶନ (Odisha Assembly Winter Session) । ଅଧିବେଶନ ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର 24 ତାରିଖରେ ଅର୍ଥ ମନ୍ତ୍ରୀ 2022/23 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

Odisha Assembly Winter Session: ବିଜେପି କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ, କାଲି ବସିବ ବିଜେଡି ବୈଠକ

ଏହା ପୂର୍ବରୁ ଆଜି ଉଭୟ ବିଜେପି ଓ କଂଗ୍ରେ ବିଧାୟକ ଦଳ ବୈଠକ ବସିଥିଲା । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ନିଷ୍ପତି ଅନୁସାରେ ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗକୁ ମୁଦ୍ଦା କରିବ ତାହା ସ୍ଥିର କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା ଅନୁସାରେ ଶୀତ ଅଧିବେଶନରେ ଦଳ ପଶ୍ଚିମ ଓଡିଶାର ଚାଷୀଙ୍କ ପ୍ରସଙ୍ଗ, ଫସଲ ବୀମା ଯୋଜନା ପାଇବାରୁ ବଞ୍ଚିତ ଚାଷୀ, ମଣ୍ଡି ଅବ୍ୟବସ୍ଥା, କଟନି ଓ ଛଟନି ଭଳି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ।

ଏତତ ବ୍ୟତୀତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ରାଜ୍ୟ ପୋଲିସର ନିଷ୍କ୍ରିୟତା, ବଡ଼ବଡିଆଙ୍କୁ ଖସାଇ ଦେବାକୁ ଚେଷ୍ଟା ବିଷୟକୁ ପ୍ରସଙ୍ଗ କରିବ ବିଜେପି । ଏହାଛଡା ଦାଦନ ସମସ୍ୟା, ମନରେଗା ଦୁର୍ନୀତି, ଠିକା ନିଯୁକ୍ତି ଓ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ଉଠାଇବ ଦଳ । ସେହିପରି ସପ୍ଲିମେଣ୍ଟାରି ବଜେଟ ଆଗତ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷର ବଜେଟରୁ 45 ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇନାହିଁ ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଭିସି ଜରିଆରେ ବିଧାୟକ ମାନେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ବିଜେପି ଜୋରଦାର ବିରୋଧ କରିବ । ଏହି ସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି କରିଛି ।

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ସେହିପରି ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ମଧ୍ୟ ଅନୁଷ୍ଠିତ ହେବ । ଆଜି ସଂଧ୍ୟାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ବୈଠକରେ ବିଧାନସଭାରେ ଦଳର ଆଭିମୁଖ୍ୟ କଣ ହେବ ସେହି ରଣନୀତି ପ୍ରସ୍ତୁତ ହେବ । ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ଯୋଗଦେବେ । ତେବେ ବିଧାୟକ ମୋହମ୍ମଦ ମୋକିମ ଏହି ବୈଠକରେ ଯୋଗ ଦେଉଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଏହାବି ପଢନ୍ତୁ- ହକି ବିଶ୍ବକପ ୨୦୨୩: କଟକରେ ହେବ ଉଦ୍‌ଘାଟନୀ ଉତ୍ସବ, ପ୍ରସ୍ତୁତି ଆରମ୍ଭ କଲା ସିଏମସି

ଅନ୍ୟପଟେ ବିଧାନସଭା ଶୀତ ଅଧିବେଶନ ପାଇଁ ଆସନ୍ତାକାଲି ପୂର୍ବାହ୍ନରେ ବସିବ ଶାସକ ବିଜେଡି ବିଧାୟକ ଦଳ ବୈଠକ । ପୂର୍ବାହ୍ନ 10.30ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଧାୟକ ଦଳ ବୈଠକ । ବିଧାନସଭାର 54 ନମ୍ବର ରୁମରେ ବୈଠକ ବସିବ । ଏନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ ସଚେତକ ପ୍ରଶାନ୍ତ ମୁଦୁଲି ।

ଏହାବି ପଢନ୍ତୁ- ଜେଲ୍‌ରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳୁଛି ସ୍ବାଦିଷ୍ଟ ଖାଦ୍ୟ, ପୁଣି ଭିଡିଓ ଭାଇରାଲ

ପ୍ରଶାନ୍ତ କହିଛନ୍ତି ଯେ, ବିରୋଧୀ କଣ ପ୍ରସଙ୍ଗ ଆଣୁଛନ୍ତି ଆମେ ଜାଣିନୁ । ଆଜି ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ବସିଛି । ବିଜୁ ଜନତା ଦଳ ସବୁବେଳେ ବିରୋଧୀଙ୍କୁ ସାମ୍ନା କରିବା ଲାଗି ପ୍ରସ୍ତୁତ ଥାଏ । ବିଧାନସଭା କେମିତି ସୁରୁଖୁରୁରେ ଓ ଠିକରେ ଚାଲିବ ସେଥିପାଇଁ ବିଜେଡି ଯତ୍ନବାନ । ବିଧାନସଭା ହେଉଛି ପ୍ରସଙ୍ଗ ଉଠେଇବାର ସ୍ଥାନ । ବିରୋଧୀ ଦଳ ପାଖରେ ସୁଯୋଗ ଅଛି ପ୍ରସଙ୍ଗ ଉଠେଇବେ । ସବୁ ଦଳର ବିଧାୟକ ମାନେ ସେମାନଙ୍କ ଅଞ୍ଚଳ ପ୍ରସଙ୍ଗ ଉଠେଇବେ । ସୁରୁଖୁରୁରେ ବିଧାନସଭା ଚାଲିବା ନେଇ ବ୍ୟବସ୍ଥା ହେବ । କୋଭିଡ କଟକଣା ମୁକ୍ତ ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ । ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି । 2ଟି ସେସନରେ ସକାଳ ସାଢେ 10ରୁ ଅପରାହ୍ନ 1.30 ଏବଂ ଅପରାହ୍ନ 4 ରୁ ସନ୍ଧ୍ୟା 7 ପର୍ଯ୍ଯନ୍ତ ବିଧାନସଭା ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.