ହକି ବିଶ୍ବକପ ୨୦୨୩: କଟକରେ ହେବ ଉଦ୍‌ଘାଟନୀ ଉତ୍ସବ, ପ୍ରସ୍ତୁତି ଆରମ୍ଭ କଲା ସିଏମସି

author img

By

Published : Nov 23, 2022, 5:13 PM IST

Hockey World Cup 2023 Inaugural Function to be held in Cuttack Barabati Stadium

ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ କଟକରେ ଅନୁଷ୍ଠିତ ହେବ । ଜାନୁଆରୀ ୧୧ରେ ବାରବାଟୀ ଷ୍ଟାଡିଅମରେ ଏହି ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ସିଏମସିର ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି କଟକ ମେୟର ସୁବାଷ ସିଂ । ଅଧିକ ପଢ଼ନ୍ତୁ

କଟକ: ଐତିହାସିକ ବାଲିଯାତ୍ରାର ସଫଳତାକୁ ନେଇ ବିଶ୍ବ ଦରବାରରେ ପ୍ରଶଂସା ସାଉଁଟିଥିବା କଟକ ଆଉ ଏକ ଗୌରବର ମୁକୁଟ ପିନ୍ଧିବାକୁ ଯାଉଛି । ଆସନ୍ତା ବର୍ଷ ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ କଟକରେ ଅନୁଷ୍ଠିତ ହେବ । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ସେପଟେ ବ୍ଲ୍ୟୁ ପ୍ରିଣ୍ଟ ଆଧାରରେ ସମସ୍ତ କାର୍ଯ୍ୟ ସିଏମସି ଶେଷ କରିବ ବୋଲି କହିଛନ୍ତି କଟକ ମେୟର ସୁବାଷ ସିଂ ।

ହକି ବିଶ୍ବକପ ୨୦୨୩: କଟକରେ ହେବ ଉଦ୍‌ଘାଟନୀ ଉତ୍ସବ, ପ୍ରସ୍ତୁତି ଆରମ୍ଭ କଲା ସିଏମସି

୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ । ଜାନୁଆରୀ ୨୯ ଯାଏଁ କଳିଙ୍ଗ ଓ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିବ ଏହି ବିଶ୍ବକପ । ଏନେଇ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିଅମରେ ହେବ । ଏନେଇ କଟକ ମହାନଗର ନିଗମକୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ । ଏହି ମେଗା ଉଦ୍‌ଘାଟନୀ ଉତ୍ସବକୁ ଆକର୍ଷଣୀୟ କରାଯିବା ନିମନ୍ତେ ସହରର ରିଙ୍ଗ୍‌ ରୋଡ଼ ଓ ପ୍ରମୁଖ ଛକ ଗୁଡ଼ିକର ସୌନ୍ଦର୍ଯ୍ୟକଣ କରାଯିବା ନେଇ ସିଏମସିକୁ ମିଳିଛି ଗୁରୁ ଦାୟିତ୍ବ । ହାତରେ ସମୟ ଥାଇ ଏହି କାର୍ଯ୍ୟକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି କଟକ ମହାନଗର ନିଗମ । ଏହାରି ଭିତରେ ରାଜ୍ୟ କ୍ରୀଡା ବିଭାଗ ଅଧିକାରୀ କଟକ ଆସି ସ୍ଥିତି ସମୀକ୍ଷା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ହକି ବିଶ୍ୱକପ: ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ, ଦେଲେ 500 ଟଙ୍କା

ଏନେଇ କଟକ ମେୟର ସୁବାଷ ସିଂ କହିଛନ୍ତି, "ବାଲିଯାତ୍ରାର ସଫଳତା ଜାତୀୟ ସ୍ତରରେ ପ୍ରତିପାଦିତ ହେବା ଓ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡକୁ କଟକର ନାମ ଯିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଛି । ହକି ବିଶ୍ବକପ ଜରିଆରେ ଓଡ଼ିଶା ବିଶ୍ବରେ ନୂଆ ପରିଚୟ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନୀ ଉତ୍ସବକୁ କଟକ ବାରବାଟୀ ଷ୍ଟାଡିଅମରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।" ପୁଣିଥରେ ଏହି ଉତ୍ସବ ଜରିଆରେ ବିଶ୍ବ ଦରବାରରେ କଟକ ନାଁ କରିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup 2023: ପୁଲ୍‌ Dରେ ଭାରତ, ଘୋଷଣା କଲେ ନବୀନ

ସୂଚନାଯୋଗ୍ୟ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବକପର ସମସ୍ତ ମ୍ୟାଚ ଖେଳାଯିବ । ୨୦୧୮ ତୁଳନାରେ ୨୦୨୩ ହକି ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛି ଓଡିଶା । ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ବସ୍ତରୀୟ ମାନଦଣ୍ଡ ସ୍ଥିର କରିବାକୁ ଓଡିଶା ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି । ଏକାସାଙ୍ଗରେ ଏହି ଟୁର୍ଣ୍ଣାମେଣ୍ଟ ୨ଟି ସହରରେ ଅନୁଷ୍ଠିତ ହେବ । ଖେଳାଳୀ, ଅଧିକାରୀ ଓ ଦର୍ଶକଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ବକପ କରିବାକୁ ଓଡିଶା ସରକାର ପ୍ରୟାସ ଚଳାଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.