ETV Bharat / state

ପୁଣି ଝୁଲିଲା ସମ୍ବାଇ ନିକଟ ଆନ୍ତଃରାଜ୍ୟ ସୀମା ବିବାଦ

author img

By

Published : Dec 24, 2020, 7:31 AM IST

odisha andhra sambai interstate land dispute issue
ସମ୍ବାଇ ନିକଟରେ ଆନ୍ତରାଜ୍ୟ ସୀମା ବିବାଦ ପୁଣି ଝୁଲିଲା

ଓଡିଶା-ଆନ୍ଧ୍ର ସୀମା ବିବାଦ ପୁଣିଥରେ ଝୁଲି ରହିଲା । ସୀମା ବିବାଦ ସମାଧାନ ନିମନ୍ତେ କୋରାପୁଟ ଜିଲ୍ଲାପାଳଙ୍କ ସହ ସୁନାବେଡା ଠାରେ ଆନ୍ଧ୍ରପ୍ରଦେଶର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରିନାହିଁ । ଅଧିକ ପଢନ୍ତୁ...

କୋରାପୁଟ: ସମ୍ବାଇ ନିକଟରେ ଆନ୍ତରାଜ୍ୟ ସୀମା ବିବାଦ ପୁଣି ଝୁଲିଲା । କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ ସୁନାବେଡା ଠାରେ ଓଡିଶା -ଆନ୍ଧ୍ର ସୀମା ବିବାଦ ପୁଣିଥରେ ଝୁଲି ରହିଲା ।

ବୁଧବାର ସୀମା ବିବାଦ ସମାଧାନ ନିମନ୍ତେ କୋରାପୁଟ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ସୁନାବେଡା ଠାରେ ଆନ୍ଧ୍ରପ୍ରଦେଶର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ ଦିନ ତମାମ ଚର୍ଚ୍ଚା ଓ ମାପଚୁପ ହେବା ପରେ ମଧ୍ୟ ସୀମା ବିବାଦର ସମାଧାନ ହୋଇ ପାରିଲା ନାହିଁ । ତେବେ ଆସନ୍ତା ବର୍ଷ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଯୁଗ୍ମ ସୀମା ଚିହ୍ନଟ କରାଯିବା ସହ ଜାନୁଆରୀ ମାସ ଶେଷ ସପ୍ତାହରେ ସୀମା ବିବାଦ ସମାଧାନ କରିବା ନିମନ୍ତେ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ।

ଗ୍ରାମବାସୀମାନେ ସୀମା ବିବାଦ ସମାଧାନ ହୋଇଯିବ ବୋଲି ଆଶା ବାନ୍ଧିଥିବା ବେଳେ ସମସ୍ୟା ପୁଣିଥରେ ଝୁଲି ରହିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତଥାପି ଜାନୁଆରୀ ମାସରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ସୂଚନାଥାଉକି ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାକୁ ନେଇ ସବୁବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି । ଅନ୍ଧ୍ରପ୍ରଦେଶ ଓଡିଶା ସୀମାକୁ ବେଆଇନ ପ୍ରବେଶ କରି ଗ୍ରାମ ଗୁଡିକରେ ନିଜ ରାଜ୍ୟର ସମସ୍ତ ପ୍ରକାରର ସେବା ପ୍ରଦାନ କରୁଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.