ETV Bharat / state

ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କୋଟିଆର ସମାଧାନ ପାଇଁ ଆଲୋଚନା କରନ୍ତୁ: ବାବା ବଳିଆ

author img

By

Published : Jul 2, 2022, 11:09 PM IST

ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କୋଟିଆର ସମାଧାନ ପାଇଁ ଆଲୋଚନା କରନ୍ତୁ: ବାବା ବଳିଆ
ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କୋଟିଆର ସମାଧାନ ପାଇଁ ଆଲୋଚନା କରନ୍ତୁ: ବାବା ବଳିଆ

ଓଡ଼ିଶା ଓ ଆନ୍ଧ୍ର୍ରପ୍ରଦେଶର ସୀମାବର୍ତ୍ତି ଅଞ୍ଚଳରେ ଥିବା କୋଟିଆରେ ଆନ୍ଧ୍ର ଉଠାଇଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବା ଆବଶ୍ୟକ ବୋଲି କହିଛନ୍ତି ବାବା ବଳିଆ । ଅଧିକ ପଢନ୍ତୁ

କୋରାପୁଟ: ଓଡ଼ିଶା ଓ ଆନ୍ଧ୍ର୍ରପ୍ରଦେଶର ସୀମାବର୍ତ୍ତି ଅଞ୍ଚଳରେ ଥିବା କୋଟିଆରେ ଆନ୍ଧ୍ର ଉଠାଇଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବା ଆବଶ୍ୟକ ବୋଲି ଆଜି(ଶନିବାର) କୋଟିଆରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରବଚନ ଦେବା ପାଇଁ ଆସିଥିବା ପଦ୍ମଶ୍ରୀ ବାବା ବଳିଆ ମତ ରଖିଛନ୍ତି । ସେ କହିଛନ୍ତି, ଯଦି ଏହି ସାକ୍ଷାତକାର ସମ୍ଭବ ନହୁଏ ତେବେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ଅଂଶ, ତାହା ଆନ୍ଧ୍ର ଜାଣିନ୍ବା ଉଚିତ ଏବଂ ଆନ୍ଧ୍ର ଯେତେ ଚେଷ୍ଟା କଲେ ମଧ୍ୟ କୋଟିଆ ଆନ୍ଧ୍ରର ହୋଇପାରିବ ନାହିଁ ।

ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କୋଟିଆର ସମାଧାନ ପାଇଁ ଆଲୋଚନା କରନ୍ତୁ: ବାବା ବଳିଆ

ଏହି କଥାକୁ ଆନ୍ଧ୍ର ସରକାର ଜାଣିବା ଦରକାର ବୋଲି ସେ ଜଣାଇଛନ୍ତି । କୋଟିଆର ଲୋକେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି । ଜଗନ୍ନାଥ ଯେମିତି ପ୍ରତିଟି ଓଡ଼ିଆଙ୍କ ଦେବତା, କୋଟିଆବାସୀ ମଧ୍ୟ ତାଙ୍କୁ ଅତି ଆପଣାର କରିସାରିଥିବା ସେ ମତ ରଖିଛନ୍ତି । ଆଜି ଶ୍ରୀ ବାବା ବଳିଆଙ୍କ ପ୍ରବଚନ ଶୁଣିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଓ ବିଶେଷ କରି କୋଟିଆ ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.