ETV Bharat / state

କୋଟିଆ ସୁରକ୍ଷା ଦିଗରେ ଜିଲ୍ଲାପାଳଙ୍କୁ ନୀଳଚକ୍ରର ଦାବିପତ୍ର

author img

By

Published : Jun 12, 2022, 9:35 PM IST

ଜିଲ୍ଲାପାଳଙ୍କୁ ନୀଳଚକ୍ରର ଦାବିପତ୍ର
ଜିଲ୍ଲାପାଳଙ୍କୁ ନୀଳଚକ୍ରର ଦାବିପତ୍ର

କୋଟିଆରେ ଆନ୍ଧ୍ର-ଓଡ଼ିଶା ବିବାଦ ଲାଗି ରହିଛି । କୋଟିଆରେ କେତେବେଳ ଆନ୍ଧ୍ର ସର୍ଭେ କରୁଛି ତ କେତେବେଳେ ଆନ୍ଧ୍ରର ଫଳକ ଦେଖିବାକୁ ମିଳୁଛି । ଏହାରି ଭିତରେ କଟକ ସ୍ଥିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ସଂସ୍ଥା ନୀଳଚକ୍ରର ଏକ ପ୍ରତିନିଧି ଟିମ ୨ ଦିନିଆ କୋରାପୁଟ ଗସ୍ତରେ ଆସି କୋଟିଆ ଗ୍ରାମପୁଞ୍ଜର ୮ଟି ଗ୍ରାମ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

କୋରାପୁଟ: କୋଟିଆରେ ଆନ୍ଧ୍ର-ଓଡ଼ିଶା ବିବାଦ ଲାଗି ରହିଛି । କୋଟିଆରେ କେତେବେଳ ଆନ୍ଧ୍ର ସର୍ଭେ କରୁଛି ତ କେତେବେଳେ ଆନ୍ଧ୍ରର ଫଳକ ଦେଖିବାକୁ ମିଳୁଛି । ଏହାରି ଭିତରେ କଟକ ସ୍ଥିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ସଂସ୍ଥା ନୀଳଚକ୍ରର ଏକ ପ୍ରତିନିଧି ଟିମ ୨ ଦିନିଆ କୋରାପୁଟ ଗସ୍ତରେ ଆସି କୋଟିଆ ଗ୍ରାମପୁଞ୍ଜର ୮ଟି ଗ୍ରାମ ପରିଦର୍ଶନ କରିଛନ୍ତି । କୋଟିଆରେ ଓଡିଆ ଭାଷା ପ୍ରତି ବିପଦ ଥିବା ନୀଳଚକ୍ର ସାଧାରଣ ସମ୍ପାଦକ କାହ୍ନୁଚରଣ ପାଣିଗ୍ରାହୀ କହିଛନ୍ତି । କୋରାପୁଟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ । ଏ ଦିଗରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ନୀଳଚକ୍ର ସାମାଜିକ ସଂଗଠନ ।

କୋଟିଆ ସୀମା ସୁରକ୍ଷା ଦିଗରେ ଜିଲ୍ଲାପାଳଙ୍କୁ ନୀଳଚକ୍ରର ଦାବିପତ୍ର

କୋଟିଆରେ ବିଦ୍ୟାଳୟ ଅଛି ସତ କେଉଁଠି ଭଲ ଶିକ୍ଷକ ନାହାନ୍ତି ତ କେଉଁଠି ପିଲାମାନେ ବିଦ୍ୟାଳୟକୁ ଆସୁନାହାନ୍ତି । କେଉଁଠି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହୋଡିଙ୍ଗ ଯେତିକି ପରିମାଣରେ ଲାଗିଛି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ହୋଡିଙ୍ଗ ସେହି ଅନୁସାରେ ଲାଗିନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ କୋରାପୁଟ ଜିଲ୍ଲା ପ୍ରଶାସନ ସେ ସ୍ଥାନମାନଙ୍କୁ ଯାଇ ନଥିବା ଭଳି ମନେ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ସଂଗଠନ ସମ୍ପାଦକ । ସ୍ଥାନୀୟ ଲୋକମାନଙ୍କ କଥା ଆନ୍ଧ୍ର ସରକାର ବୁଝୁଥିବା ବେଳେ ଓଡିଶା ସରକାର ଆବଶ୍ୟକ ପରିମାଣରେ ବୁଝୁନଥିବା ଅଭିଯୋଗ ହୋଇଛି । ଯଦି ଜିଲ୍ଲା ପ୍ରଶାସନ ବାରମ୍ବାର କୋଟିଆ ଗ୍ରାମପୁଞ୍ଜକୁ ଗସ୍ତ କରି ଲୋକମାନଙ୍କୁ ସଚେତନ କରିଥାନ୍ତା, ତେବେ ଏପରି ସମସ୍ୟା ଦେଖିବାକୁ ମିଳିନଥାନ୍ତା ବୋଲି କହିଛନ୍ତି ସଂଗଠନ ସମ୍ପାଦକ କାହ୍ନୁଚରଣ ପାଣିଗ୍ରାହୀ ।

ଓଡିଶା ସରକାରଙ୍କ ତରଫରୁ କରାଯାଇଥିବା ରାସ୍ତା ନିର୍ମାଣ ଦେଇ ବିକାଶ ମୂଳକ କାର୍ଯ୍ୟକୁ ପ୍ରଶାସନ ଗାଁ ଗଣ୍ଡାରେ ପହଞ୍ଚାଇ ପାରିଲେ କୋଟିଆବାସୀ ବାସ୍ତବରେ ଲାଭାନ୍ବିତ ହୋଇପାରନ୍ତେ ବୋଲି କହିଛନ୍ତି ସଂଗଠନ ସମ୍ପାଦକ । ଏହି ଟିମ୍ ଯାଇଥିବା ଗାଁ ଗୁଡିକରେ ପିଲାଙ୍କୁ ଛବିଳ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଥିଲା । ଗାଁ ମାନଙ୍କର ନାମଫଳକ ଗୁଡିକ ତେଲୁଗୁ ଭାଷାରେ ଲେଖାଯାଇଥିବା ବେଳେ ଅନେକ ସ୍ଥାନରେ ଓଡିଆ ଭାଷାର ନାମଫଳକ ନଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛି ସଂଗଠନ । ପଡୋଶୀ ଆନ୍ଧ୍ର ବାରମ୍ବାର କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରୁଥିବାରୁ ସୀମା ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ ଅଧିକ କ୍ରିୟାଶୀଳ ହେବା ନେଇ ପ୍ରତିନିଧି ଟିମ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ...ଓଡିଶାରେ ପଶି ମୃର୍ତ୍ତିକା ସର୍ଭେ କଲେ ଆନ୍ଧ୍ର ଅଧିକାରୀ !

ସୀମାନ୍ତବର୍ତ୍ତୀ ଇଲାକାରେ ବାରମ୍ବାର ଗସ୍ତ କାର୍ଯ୍ୟକ୍ରମ ରଖି ଲୋକମାନଙ୍କୁ ସଚେତନ କରିବା ସହ ଓଡିଶାର ଭୌଗଳିକ ସୀମା ସୁରକ୍ଷିତ ରଖିବା ଦିଗରେ ଜିଲ୍ଲାପ୍ରଶାସନ ଅଧିକ କ୍ରିୟାଶୀଳ ହେବାକୁ ପ୍ରତିନିଧି ଟିମ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ନୀଳଚକ୍ରର ସଂଗଠନ ସମ୍ପାଦକ ଦୀପକ କୁମାର ମହନ୍ତ, ମୁଖ୍ୟ ସଂଯୋଜକ ଡ ନୀଳାଦ୍ରୀ ପଣ୍ଡା, ଉତ୍କଳ ଗ୍ରାମ ସ୍ବାରାଜର ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ମର୍କତନଗର ଶାଖାର ଆବାହକ ମୂରଲୀଧର ଶତପଥି ଓ କୋରାପୁଟ ଶାଖାର ଆବାହକ ସୁକୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.