ETV Bharat / state

କୋରାପୁଟରେ ଯୋଡ଼ିହେଲେ ୧୮୬୪୧ ନୂଆ ଭୋଟର

author img

By

Published : Jan 26, 2022, 8:31 AM IST

new voters joined in koraput
କୋରାପୁଟରେ ଯୋଡ଼ିହେଲେ ୧୮୬୪୧ ନୂଆ ଭୋଟର

ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ପ୍ରାର୍ଥୀଙ୍କ ସମେତ ନୂଆ ଭୋଟର ମଧ୍ୟ ଯୋଡ଼ି ହୋଇଛନ୍ତି । ଜିଲ୍ଲାରେ ୧୮୬୪୧ ନୂଆ ଭୋଟର ସାମିଲ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

କୋରାପୁଟ: ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ପ୍ରାର୍ଥୀଙ୍କ ସମେତ ନୂଆ ଭୋଟର ମଧ୍ୟ ଯୋଡ଼ି ହୋଇଛନ୍ତି। ଜିଲ୍ଲାରେ ୧୮୬୪୧ ନୂଆ ଭୋଟର ସାମିଲ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ରଠାରେ ଦ୍ବାଦଶ ତମ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର ଯୋଗ ଦେଇଥିଲେ।

କୋରାପୁଟରେ ଯୋଡ଼ିହେଲେ ୧୮୬୪୧ ନୂଆ ଭୋଟର

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ନୂତନ ଭୋଟର,ବୁଥ ଲେବୁଲ ଅଫିସର ଓ ସୁପରଭାଇଜର, କେତେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏଥିସହ ଯୁବପିଢ଼ି ଶତ ପ୍ରତିଶତ ମତଦାନ କରିବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନ ସମୟରେ କାହାଦ୍ବାରା ପ୍ରଭାବିତ ନହୋଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତ୍ୟେକ ନିର୍ବାଚନରେ ମତଦାନ କରିବା ଆବଶ୍ୟକ ବୋଲି ଜଣାଇଥିଲେ।

ଏହି ଅବସରରେ ଜିଲ୍ଲାରେ ଭୋଟଦାତା ସୃଷ୍ଟି କରିବା କ୍ଷେତ୍ରରେ ଉନ୍ନତ କାର୍ଯ୍ୟ କରିଥିବା ବୁଥ ଲେବୁଲ ଅଫିସର ଓ ସୁପରଭାଇଜର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏବଂ ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଭୋଟର ସଚେତନତା ପାଇଁ କରାଯାଇଥିବା ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.