ETV Bharat / state

କୋଟିଆରେ କୋରାପୁଟର ଅଧିକାରୀ, ଅଧାବାଟରୁ ଫେରିଲେ ମାନ୍ୟମ ଜିଲ୍ଲାପାଳ

author img

By

Published : Jul 20, 2022, 10:04 PM IST

କୋଟିଆରେ କୋରାପୁଟର ଅଧିକାରୀ, ଅଧାବାଟରୁ ଫେରିଲେ ମାନ୍ୟମ ଜିଲ୍ଲାପାଳ
କୋଟିଆରେ କୋରାପୁଟର ଅଧିକାରୀ, ଅଧାବାଟରୁ ଫେରିଲେ ମାନ୍ୟମ ଜିଲ୍ଲାପାଳ

ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଜାଣି କୋଟିଆ ଭିତରେ ପ୍ରବେଶ କଲେ ନାହିଁ ଆନ୍ଧ୍ର ପ୍ରଦେଶର ସରାକାରୀ ଅଧିକାରୀ । ଅଧିକ ପଢ଼ନ୍ତୁ

କୋରାପୁଟ: ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଜାଣି କୋଟିଆ ଭିତରେ ପ୍ରବେଶ କଲେ ନାହିଁ ଆନ୍ଧ୍ର ପ୍ରଦେଶର ସରାକାରୀ ଅଧିକାରୀ । ମାନ୍ୟମ ଜିଲ୍ଲାର ଜିଲ୍ଲାପାଳ କୋଟିଆ ଅଞ୍ଚଳ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବାକୁ ଯୋଜନା ରଖିଥିଲେ । ତେବେ କୋରାପୁଟ ପ୍ରଶାସନିକ ଅଧିକାରୀ ପୂର୍ବରୁ ଏଠାରେ ଉପସ୍ଥିତ ଥିବା ଜାଣି ସେ ମାନ୍ୟମ ଜିଲ୍ଲା ସୀମାନ୍ତ ନେରେଡିବାଲାସାରୁ ଫେରି ଯିବାକୁ ବାଧ୍ୟ ହୋଇଛନ୍ତି ।

କୋଟିଆରେ କୋରାପୁଟର ଅଧିକାରୀ, ଅଧାବାଟରୁ ଫେରିଲେ ମାନ୍ୟମ ଜିଲ୍ଲାପାଳ

କୋଟିଆ ଅଞ୍ଚଳର କେବଳ ଦୁଇଟି ଗାଁ ବୁଲି ପାରିଛନ୍ତି ମାନ୍ୟମ ଜିଲ୍ଲାପାଳ ନିଶାନ୍ତ କୁମାର । ନେରେଡିବାଲାସା ଏବଂ ତାଡିଭାଲାସା ଗ୍ରାମ ପରିଦର୍ଶନ କରି ସେଠାକାର ଅଧିବାସୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସରକାରଙ୍କ ବିକାଶ ଯୋଜନାରେ ଲୋକଙ୍କୁ ଲାଭ ମିଳୁଛି କି ନାହିଁ, ଓ ଏଥିପାଇଁ ନିୟୋଜିତ ଅଧିକାରୀମାନେ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି କି ନାହିଁ ସେ ବିଷୟରେ ଲୋକଙ୍କୁ ପଚାରି ବୁଝିଥିଲେ । ଜଗନ୍ନା ଆସାରା, ଜଗନ୍ନା ତୋଡୁ ଏବଂ ଆମ୍ମା ବାଡି ଯୋଜନାରେ ହିତାଧିକାରୀଙ୍କ ବିବରଣୀ ସମ୍ପର୍କରେ ଗ୍ରାମ ସଚିବାଳୟର କର୍ମଚାରୀଙ୍କୁ ପଚରାଯାଇଥିଲା ।

ତା ସହିତ ଲୋକେ ଗାଁରେ ରାସନ ଚାଉଳ ପାଇଛନ୍ତି କି ନାହିଁ ପଚାରି ବୁଝିଥିଲେ ମାନ୍ୟମ ଜିଲ୍ଲାପାଳ । ଇଣ୍ଟରନେଟ ସେବା ଭଳି ବୈଷୟିକ ସମସ୍ୟା ଉପୁଜୁଥିବା ଗ୍ରାମବାସୀ ମାନ୍ୟମ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଜାତୀୟ ରୋଜଗାର ଗ୍ୟାରେଣ୍ଟି ଯୋଜନାର କାର୍ଯ୍ୟ ଏବଂ ଆଦିବାସୀମାନଙ୍କୁ ସରକାର ବଣ୍ଟନ କରିଥିବା AROFAR ପଟା ଜମିର ଚାଷ ବିଷୟରେ କହିଥିଲେ। ଜଗନ୍ନା କଲୋନୀ ଯୋଜନାରେ ଘର ମଞ୍ଜୁର କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।

ଘର ପାଇଁ ଆବେଦନ କରୁଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ MPDO(Mandal Parshad Development Officer) ଜି. ପାର୍ବତୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ତାଡିୱାଲାସା ଗ୍ରାମ ତଥା ଅଙ୍ଗନୱାଡି ଓ ମଧୁର ଜଳ ଯୋଜନା ପ୍ରକଳ୍ପ କାର୍ଯ୍ୟ ଯାଞ୍ଚ କରିଥିଲେ । ସଚିବାଳୟର କର୍ମଚାରୀମାନେ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ହେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାପରେ ସେ ସେଠାରୁ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.