ETV Bharat / state

‘ଯେଉଁଠି ଜଗନ୍ନାଥ ନିଜକୁ ସ୍ଥାପନା କରନ୍ତି ତାହା ଶ୍ରୀକ୍ଷେତ୍ର ପାଲଟିଯାଏ’

author img

By ETV Bharat Odisha Team

Published : Dec 18, 2023, 10:10 PM IST

ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳିତ
ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳିତ

Sabar srikhetra golden jubilee: ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳିତ । ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର । ଯୋଗଦେଲେ ଜଗନ୍ନାଥ ଚେତନାର ଗବେଷକ ଶେଖ ମକବୁଲ ଇସଲାମ । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳିତ

କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି । ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେବା ପାଇଁ ସୁଦୂର କଲିକତାରୁ ଆସିଥିବା ଜଗନ୍ନାଥ ଚେତନାର ଗବେଷକ ଶେଖ ମକବୁଲ ଇସଲାମ ଆଜି ଆଲୋଚନା ଚକ୍ରର ସମାବର୍ତ୍ତନ ଉତ୍ସବରେ ନିଜର ମତ ରଖିଛନ୍ତି ।

ଡ. ଇସଲାମ ସୁଫିପନ୍ଥୀ ଇସଲାମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବେଳେ ପିଲାଟି ବେଳୁ ସେ କଲିକତାରେ ବାସ କରୁଥିବ ସମୟରେ କେଉଁ ଏକ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଦେଖି ତାଙ୍କରି ବିଷୟରେ ଜାଣିବା ପାଇଁ ଅନୁପ୍ରାଣିତ ହୋଇଥିବା କହିଛନ୍ତି । ପିଲାଟି ବେଳର ସେହି ଆଗ୍ରହ ତାଙ୍କୁ ଆଗକୁ ବଢ଼ାଇ ଥିଲା । ଜଗନ୍ନାଥ ଚେତନାକୁ ନେଇ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ସାଧନାକୁ ଅଧ୍ୟୟନ କରିଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ରତ୍ନସିଂହାସନ ଉପରେ ତିନି ଠାକୁରଙ୍କୁ ଦର୍ଶନ କରି ସେ ଭାବ ବିହ୍ଵଳ ହୋଇଯାଇ ଥିଲେ ।

ଏହି ଅବସରରେ ଡ. ଇସଲାମ କହିଛନ୍ତି, "2015 ରେ ଶ୍ରୀ ଜଗନ୍ନାଥଙ୍କ ନବ କଳେବର ସମୟରେ ସ୍ୱୟଂ ପୁରୀ ଶଙ୍କରାଚାର୍ଯ୍ୟଙ୍କ ହସ୍ତରୁ ପାଇଥିବା ନବ କଳେବର ସମ୍ମାନ ତାଙ୍କ ଜୀବନର ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ । ସନାତନ ଐତିହ୍ୟ ପ୍ରତି ପ୍ରଗାଢ ଶ୍ରଦ୍ଧା ତାଙ୍କୁ ଜଗନ୍ନାଥଙ୍କ ଆଡକୁ ଆକର୍ଷିତ କରିଛି । ବିଶ୍ବର ସମସ୍ତ ଧର୍ମ ଓ ଧର୍ମିୟ ଭାବନା ଶ୍ରୀ ଜଗନ୍ନାଥ ଚେତନାର ଛତ୍ରଛାୟା ତଳେ ରହିଛି ।ତେଣୁ ସାରା ଜଗତର ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସବୁ ଧର୍ମର ପରିସୀମାରୁ ଉର୍ଦ୍ଧ୍ୱକୁ ଯିବାରେ ସହାୟକ ହୋଇଛି ।"

ଏହା ମଧ୍ୟ ପଢନ୍ତୁ....ଶାବର ଶ୍ରୀକ୍ଷେତ୍ରରେ 'ଆଦିବାସୀ ଓ ଜଗନ୍ନାଥ' ଶୀର୍ଷକ ଆଲୋଚନା ଚକ୍ର

ତେବେ ଏହି ସୁବର୍ଣ୍ଣ ଜୟନ୍ତୀ ଆଲୋଚନା ଚକ୍ରରେ ଏ ଡ. ଇସଲାମ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ଏହି ଦୁଇ ଦିନର ଆଲୋଚନା ଚକ୍ରରେ ଶ୍ରୀ ଜଗନ୍ନାଥ ଚେତନା ଓ ଆଦିବାସୀଙ୍କ ସମ୍ପୃକ୍ତିର ବିଭିନ୍ନ ଦିଗକୁ ନେଇ ପ୍ରବନ୍ଧ ପାଠ ତଥା ବକ୍ତବ୍ୟ ଉପସ୍ଥାପନା କରାଯାଇଛି । ଏହି ଆଲୋଚନା ଚକ୍ରକୁ ପ୍ରୀତିଧାରା ସାମଲ ସଂଯୋଜିନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ପଞ୍ଚଦିବସୀୟ ମହାଯଜ୍ଞ ଶୁଭାରମ୍ଭ

ଏହା ମଧ୍ୟ ପଢନ୍ତୁ....ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଲା ଘୋଡଲାଗି ନୀତି, ଶୀତବସ୍ତ୍ର ପରିଧାନ କଲେ ମହାପ୍ରଭୁ

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.