ETV Bharat / state

କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା

author img

By

Published : Jul 15, 2022, 5:14 PM IST

କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା
କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା

ରାଜ୍ୟ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ କୋଟିଆ ପ୍ରସଙ୍ଗରେ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା । ଅଧିକ ପଢନ୍ତୁ

କୋରାପୁଟ : କୋଟିଆ ପ୍ରସଙ୍ଗରେ ଗୁରୁବାର ରାଜ୍ୟ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରମିଳା ମଲ୍ଲିକ କୋଟିଆରେ ଚାଲିଥିବା ବିକାଶ , ଖର୍ଚ୍ଚ ତଥା ଆନ୍ଧ୍ରର ଅନୁପ୍ରବେଶ କଥା ଜାଣି ନଥିବା ଓ ସରକାର ବର୍ତ୍ତମାନ ତଥ୍ୟ ସଂଗ୍ରହ କରୁଥିବା କହିବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ କୋରାପୁଟର ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା

ଗତ କିଛି ବର୍ଷ ପୂର୍ବେ ସଞ୍ଜୀବ ପଣ୍ଡାଙ୍କୁ ସରକାର କୋଟିଆ ବିଷୟରେ ଅନୁଧ୍ୟାନ କରିବା ପାଇଁ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତ କରିଥିଲେ । ଇତି ମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି । ଏଥି ସହିତ କୋରାପୁଟ ଜିଲ୍ଲାପାଳ ବାରମ୍ବାର ଗସ୍ତ କରି ସ୍ଥିତି ପରଖି ଥିବା ବେଳେ ଦକ୍ଷିଣାଞ୍ଚଳ ଆରଡିସି ମଧ୍ୟ କୋଟିଆରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଏପରି ସ୍ଥଳେ ସରକାରଙ୍କ ପାଖରେ କୋଟିଆର ବିକାଶ ସମ୍ପର୍କରେ ତଥ୍ୟ ନ ଥିବା 5T ସରକାରଙ୍କ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କୋରାପୁଟ ବାର ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଅଜିତ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହିତ ବିଭିନ୍ନ ଗଣମାଧ୍ୟମରେ କୋଟିଆ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରକାଶ ପାଉଥିବା ବେଳେ ସରକାର ଏ ବିଷୟରେ ଅଜ୍ଞ ରହିବା ପରିତାପର ବିଷୟ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ବାରା ତୃଣମୂଳ ସ୍ତରରେ କାର୍ଯ୍ୟ କରି କୋଟିଆକୁ ଆଲୋଚନାର ଶୀର୍ଷରେ ରଖିଥିବା ଗଣମାଧ୍ୟମ ପ୍ରତି ଏହା ଘୋର ଅପମାନ ବୋଲି କୋରାପୁଟ ପ୍ରେସ କ୍ଳବର ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ବ ମନ୍ତ୍ରୀଙ୍କ ଏପରି ବୟାନ ଓଡ଼ିଶା ମାଟି ପ୍ରତି ଏକ ଅପମାନଜନକ କଥା ଏବଂ ମନ୍ତ୍ରୀ ବିଧାନସଭାରେ କ୍ଷମା ମାଗିବା ଦରକାର ବୋଲି ପୂର୍ବତନ ବିଧାୟକ ନିମାଇଁ ସରକାର ଦାବୀ କରିଛନ୍ତି ।

କୋରାପୁଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.