ETV Bharat / state

ଚାଷୀ ଆନ୍ଦୋଳନକୁ ନେଇ କଂଗ୍ରେସ ଓ ବିଜେପିର ଭିନ୍ନମତ, ଚାଷୀ ପଚାରୁଛି 'କି ଆନ୍ଦୋଳନ' !

author img

By

Published : Dec 8, 2020, 9:55 PM IST

ଚାଷୀ ପଚାରୁଛି 'କି  ଆନ୍ଦୋଳନ'!
ଚାଷୀ ପଚାରୁଛି 'କି ଆନ୍ଦୋଳନ'!

କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା କୃଷକ ନୀତିକୁ ବିରୋଧ କରି ଦେଶ ସାରା ଭାରତ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...

କୋରାପୁଟ: କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା କୃଷକ ନୀତିକୁ ବିରୋଧ କରି ଦେଶ ସାରା ଆଜି କୃଷକ ସଙ୍ଗଠନ, କଂଗ୍ରେସ, ବାମପନ୍ଥୀ ଦଳ ତଥା ଅନ୍ୟାନ୍ୟ ରାଜନୈତିକ ଦଳ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି ।

ଚାଷୀ ପଚାରୁଛି 'କି ଆନ୍ଦୋଳନ'!

କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତିକୁ ପ୍ରତିବାଦ କରି କୋରାପୁଟ ଜିଲ୍ଲାରେ କଂଗ୍ରେସ ସମର୍ଥନ କରିଥିବା ଏହି ଆନ୍ଦୋଳନ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସଫଳ ହୋଇଥିବା ଦଳର ଜିଲ୍ଲା ସଭାପତି କହୁଥିବା ବେଳେ ବିଜେପି ଭିନ୍ନମତ ପ୍ରକାଶ କରିଛି । ଏହି ଦୁଇ ରାଜନୈତିକ ଦଳର କଥା କଟାକଟି ମଧ୍ୟରେ ଚାଷୀ କିନ୍ତୁ ଏହି ଆନ୍ଦୋଳନ ସମ୍ପର୍କରେ ଜାଣିନଥିବା ପ୍ରକାଶ କରିଛନ୍ତି ।

କୋରାପୁଟ ସହରଠାରୁ ପାଞ୍ଚ କିଲୋମିଟର ଦୂରବର୍ତୀ ଉମୁରି ଗ୍ରାମର ଯୁବ ଚାଷୀ ଦୁର୍ଜ ମାଳି ପାଇଁ ଧାନ କିଣିବା ପାଇଁ ଗାଁକୁ ଆସୁଥିବା ବ୍ୟବସାୟୀ ହିଁ ସରକାର ଓ ସେ ଦେଉଥିବା ମୂଲ୍ୟ ହିଁ ସରକାରଙ୍କ ଘୋଷିତ ସର୍ବ ନିମ୍ନ ସମର୍ଥନ ମୂଲ୍ୟ । ଛୋଟ ଛୋଟ ଚାଷୀଙ୍କ ପାଇଁ ମଣ୍ଡିକୁ ଯାଇ ଧାନ ବିକିବା ସମ୍ଭବ ହେଉନଥିବା ଦୁର୍ଜ ଜଣାଇଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀର ନିକଟରେ ମଣ୍ଡି ଖୋଲାଯାଇପାରିଲେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏମ୍ଏସପି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ହୋଇପାରନ୍ତା ବୋଲି ସେ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.