ETV Bharat / state

‘ନେରେଡିବାଲାସରେ ଜଗନ୍ନାଥ ମନ୍ଦିର ସ୍ଥାପନା ନିୟମ ବିରୁଦ୍ଧ ନୁହେଁ ’

author img

By

Published : Jul 12, 2021, 12:01 PM IST

'It is not against the law to set up a Jagannath temple in Neredibalas'
‘ନେରେଡିବାଲାସରେ ଜଗନ୍ନାଥ ମନ୍ଦିର ସ୍ଥାପନା କରିବା ନିୟମ ବିରୁଦ୍ଧ ନୁହେଁ ’

କୋଟିଆ ନେରେଡିବାଲାସାରେ ପତିତପାବନଙ୍କ ମନ୍ଦିର ସ୍ଥାପନା କରାଯିବା ପ୍ରସଙ୍ଗ । ଏହି କାର୍ଯ୍ୟ ନିୟମ ବିରୁଦ୍ଧ ବୋଲି କହିଲେ ସାଲୁର ବିଧାୟକ । ଅଧିକ ପଢନ୍ତୁ...

କୋରାପୁଟ: ଓଡିଶା ଓ ଆନ୍ଧ୍ର କୋରାପୁଟର କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସା ଠାରେ ପତିତପାବନଙ୍କ ମନ୍ଦିର ସ୍ଥାପନା କରାଯିବା ଘଟଣା । ପୂର୍ବତନ ଜିଲ୍ଲାପାଳ ତଥା କୋରାପୁଟର ଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡାଙ୍କ ଅଧ୍ୟକ୍ଷତା ମନ୍ଦିର ସ୍ଥାପନ କରାଯାଇଥିଲା । ଏହି ଘଟଣା ଆନ୍ଧ୍ରପ୍ରଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

‘ନେରେଡିବାଲାସରେ ଜଗନ୍ନାଥ ମନ୍ଦିର ସ୍ଥାପନା କରିବା ନିୟମ ବିରୁଦ୍ଧ ନୁହେଁ ’

ପୂର୍ବତନ ଜିଲ୍ଲାପାଳ କରିଥିବା କାର୍ଯ୍ୟ ନିୟମ ବିରୁଦ୍ଧ ବୋଲି ସାଲୁର ବିଧାୟକ ରାଜନ ଦୋରା ଅଭିଯୋଗ କରି ମନ୍ଦିର ସ୍ଥାପନା କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଟିଆ ପଞ୍ଚାୟତର 21ଟି ଗାଁର ମାଲିକାନାକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଆଇନଗତ ଲଢେଇ ଚାଲିଛି । ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜଗନ୍ନାଥ ମନ୍ଦିର ସ୍ଥାପନା କରିବା କୌଣସି ନିୟମ ବିରୁଦ୍ଧ କାର୍ଯ୍ୟ ନୁହେଁ ବୋଲି କୋରାପୁଟର ଜଗନ୍ନାଥ ମନ୍ଦିରର ସମ୍ପାଦକ ସ୍ପଷ୍ଟ କରିଛନ୍ତି । ଆସନ୍ତା ମଙ୍ଗଳବାର ଦିନ କୋଟିଆର ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଆଣିବା ପରେ କିଛି ଭକ୍ତଙ୍କ ସହିତ ନେରେଡିବାଲାସାକୁ ଯାତ୍ରା କରି ସେଠାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.