ETV Bharat / state

ଲୁଣ ବୋଝେଇ ଟ୍ରକରୁ ୫ କୋଟିର ଗଞ୍ଜେଇ ଜବତ

author img

By

Published : Jun 4, 2022, 7:49 AM IST

ଲୁଣ ବୋଝେଇ ଟ୍ରକରୁ ୫ କୋଟିର ଗଞ୍ଜେଇ ଜବତ
ଲୁଣ ବୋଝେଇ ଟ୍ରକରୁ ୫ କୋଟିର ଗଞ୍ଜେଇ ଜବତ

ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ୫ ଟନ ଗଞ୍ଜେଇ ସହ ୩ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ । ଅଧିକ ପଢନ୍ତୁ

କୋରାପୁଟ: ଲମତାପୁଟ ପୋଲିସକୁ ସଫଳତା । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ୫ ଟନ ଗଞ୍ଜେଇ ସହ ୩ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ । ଟୀକାପୁଟ ଗ୍ରାମ ନିକଟରେ ଚଢାଉ କରି ଏହି ସବୁ ଗଞ୍ଜେଇ ଜବତ କରିଛି ପୋଲିସ ।

ଲୁଣ ବୋଝେଇ ଟ୍ରକରୁ ୫ କୋଟିର ଗଞ୍ଜେଇ ଜବତ

ସୂଚନା ଅନୁଯାୟୀ ଲୁଣ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏନେଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର SDPOଙ୍କ ନେତୃତ୍ ରେ ଲମତାପୁଟ ପୋଲିସ ଟୀକାପୁଟ ଗ୍ରାମରେ ଏକ ଲୁଣ ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା । ଟ୍ରକରୁ ଲୁଣ ଖାଲି କରିବା ପରେ ୨୨୩ ଟି ବସ୍ତାରେ ପ୍ରାୟ ୫ ଟନରୁ ଅଧିକ ଗଞ୍ଜେଇ ଠାବ କରାଯାଇଥିଲା । ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ପୋଲିସ କହଛି । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ଅନ୍ତର୍ଗତ ସୁଦର୍ଶନ ଲେନ୍ଦ୍ରୁ, ଉତ୍ତରପ୍ରଦେଶ ଅଞ୍ଚଳର ଉମେଶ ବାବୁ ଏବଂ ସିଂହପାଲ ବୋଲି ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.