ETV Bharat / state

ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର, 2 ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Jun 12, 2021, 4:59 PM IST

କୋରାପୁଟରୁ ଜୟପୁର ଅଭିମୁଖେ ଅକ୍ସିଜେନ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ଜୟପୁର ପୋଲିସ । ଅଧିକ ପଢନ୍ତୁ...

ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର
ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର

କୋରାପୁଟ: ଅକ୍ସିଜେନ ସିଲିଣ୍ଡର ଗାଡିରେ ଗଞ୍ଜେଇ ଚାଲାଣ । କୋରାପୁଟରୁ ଜୟପୁର ଅଭିମୁଖେ ଅକ୍ସିଜେନ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଜୟପୁର ପୋଲିସ ।

ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର

ସୂଚନା ଅନୁଯାୟୀ, ଜୟପୁର ପୋଲିସ ଘାଟିରେ ଯାଞ୍ଚ କରୁଥିବାବେଳେ ଏହି ଟ୍ରକଟିକୁ ଅଟକାଇଥିଲେ । ଟ୍ରକଟିକୁ ଯାଞ୍ଚ କରିବା ପରେ ସେଥିରେ ବହୁ ଗଞ୍ଜେଇ ବସ୍ତା ଜବତ କରିଥିଲା ପୋଲିସ ।

ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର
ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର

ଜବତ ହୋଇଥିବା ବସ୍ତା ଗୁଡିକରେ 1277 କେଜି ଗଞ୍ଜେଇ ଥିବା ଜଣାପଡିଛି । ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ପୋଲିସ ଏକ ପ୍ରେସ ବିବୃତ୍ତିରେ ଜଣାଇଛି ।

ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର
ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର
ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର
ଅକ୍ସିଜେନ ସିଲିଣ୍ଡର ଟ୍ରକରେ ଚାଲିଥିଲା ଗଞ୍ଜେଇ କାରବାର

ଏହି ମାମଲାରେ ଗାଡି ସମେତ ଡ୍ରାଇଭର ଓ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ଦୁଇଜଣ ଅଭିଯୁକ୍ତ ପଞ୍ଜାବର ବୋଲି ଜଣାପଡିଛି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.