ETV Bharat / state

ଜୟପୁର-କୋରାପୁଟ ଜାତୀୟ ରାଜପଥ ନିକଟରେ ନିଆଁ

author img

By

Published : Mar 25, 2021, 11:06 PM IST

ଜୟପୁର-କୋରାପୁଟ ଜାତୀୟ ରାଜପଥ ନିକଟରେ ନିଆଁ
ଜୟପୁର-କୋରାପୁଟ ଜାତୀୟ ରାଜପଥ ନିକଟରେ ନିଆଁ

ଜୟପୁର-କୋରାପୁଟ ଜାତୀୟ ରାଜପଥକଡରେ ଥିବା ପାଇନ ଗଛ ଜଙ୍ଗଲରେ ନିଆଁ । ନିଆଁଲିଭା କାର୍ଯ୍ୟରେ ବନ ବିଭାଗ କର୍ମଚାରୀ ନିୟୋଜିତ । ଅଧିକ ପଢନ୍ତୁ...

କୋରାପୁଟ: ଜୟପୁର-କୋରାପୁଟ ଜାତୀୟ ରାଜପଥକଡରେ ଥିବା ପାଇନ ଗଛ ଜଙ୍ଗଲରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ଜୟପୁର-କୋରାପୁଟ ଜାତୀୟ ରାଜପଥ ନିକଟରେ ନିଆଁ

ସୂଚନା ଅନୁଯାୟୀ ଆଜି (ଗୁରୁବାର) ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଗୋଟିଏ ପରେ ଗୋଟିଏ ଗଛକୁ ବ୍ୟାପି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଖରାଦିନ ହୋଇଥିବାରୁ ପବନ ସାହାଯ୍ୟରେ ନିଆଁ ଅଧିକ ବ୍ୟାପିବା ଆଶଙ୍କା ଥିବାରୁ ସ୍ଥାନୀୟ ଲୋକେ ଆଗୁଆ ସତର୍କ ରହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.