ETV Bharat / state

ଲଘୁଚାପ ବର୍ଷା ଉଜାଡି ଦେଲା ଫସଲ, କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

author img

By

Published : Aug 24, 2022, 12:30 PM IST

କୀଟନାଷକ ଔଷଧ ଖାଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ
କୀଟନାଷକ ଔଷଧ ଖାଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବୋରିଗୁମ୍ମା ଅଞ୍ଚଳର ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

କୋରାପୁଟ: ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ । ବୋରିଗୁମ୍ମା ଅଞ୍ଚଳର ଜଣେ ଚାଷୀ ଲଘୁଚାଷ ବର୍ଷାରେ ଫସଲ ନଷ୍ଟ ହେବାରୁ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣକ ହେଲେ ଡୁମର ହରିଜନ ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବିସିଂହପୁର ଥାନା ସୀମାବର୍ତ୍ତି ନକୁଳଗୁଡା ଗାଁରେ ବସବାସ କରନ୍ତି ଚାଷୀ ଡୁମର ହରିଜନଙ୍କ ପରିବାର । ମୃତ ଚାଷୀଙ୍କ ପୁଅ ରମେଶଙ୍କ କହିବା ଅନୁସାରେ,‘‘ ଡୁମର ହାତ ଉଧାରି ଆଣି କିଛି ଟଙ୍କା ଚାଷ ପାଇଁ ଉଧାର ଆଣିଥିଲେ । ତିନି ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ଚଳିତ ଲଘୁଚାପ ବର୍ଷାରେ ତାଙ୍କ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଯାହାକୁ ନେଇ ସେ ଚିନ୍ତାରେ ରହୁଥିଲେ । ଏପରିକି ରମେଶ ଓ ତାଙ୍କ ସ୍ତ୍ରୀ ଘରେ ନ ଥିଲା ବେଳେ ଚାପଗ୍ରସ୍ତ ଥିବା ଡୁମର ଏକାକୀ କ୍ଷେତକୁ ଯାଇଥିଲେ ।

କୀଟନାଷକ ଔଷଧ ଖାଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଏହାବି ପଢନ୍ତୁ: ଶୀତଳ ଭଣ୍ଡାରରେ ବ୍ୟାରେଜ ପ୍ରତିଶ୍ରୁତି, ବନ୍ୟା ବେଳେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା

ପରେ ସେଠାରେ କୀଟନାଶକ ପିଇ ଦେଇଥିଲେ । ଏନେଇ ପରିବାର ଲୋକେ ରମେଶଙ୍କୁ ଖବର ଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ଡୁମରଙ୍କୁ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲରେ ତାଙ୍କୁ ରବିବାର ଦିନ ସନ୍ଧ୍ୟାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସାଧିନ ଅବସ୍ଥାରେ ସେ ମଙ୍ଗଳବାର ଦିନ ଆଖିବୁଜିଥିଲେ । ସେପଟେ ମୃତ ଚାଷୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିପରି ଓ କେଉଁ ପରିସ୍ଥିତିରେ ଚାଷୀ ଜଣକ ଏପରି ନିଷ୍ପତି ନେଲେ । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.