ETV Bharat / state

କୋଟିଆ ଗସ୍ତରେ ACS, ଉନ୍ନୟନ ମୂଳକ କାର୍ଯ୍ୟରେ କଲେ ସମୀକ୍ଷା

author img

By

Published : Jun 24, 2022, 3:48 PM IST

Updated : Jun 24, 2022, 4:24 PM IST

ଉପ ମୁଖ୍ୟ ଶାସନ ସଚିବଙ୍କ କୋଟିଆ ଗସ୍ତ
ଉପ ମୁଖ୍ୟ ଶାସନ ସଚିବଙ୍କ କୋଟିଆ ଗସ୍ତ

ଓଡିଶାର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କୋଟିଆ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

କୋରାପୁଟ: ଆଜି(ଶୁକ୍ରବାର) ଓଡିଶାର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କୋଟିଆ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଞ୍ଚଳବାସୀଙ୍କୁ କିପରି ଜମି ପଟ୍ଟା ପ୍ରଦାନ କରିବାରେ ତତ୍ପରତା ଅଣାଯାଇପାରିବ ସେ ସଂକ୍ରାନ୍ତରେ ରାଜସ୍ବ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ।

ଉପ ମୁଖ୍ୟ ଶାସନ ସଚିବଙ୍କ କୋଟିଆ ଗସ୍ତ

ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ସହ ସେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାକାର ସ୍ଥିତି ପରଖିବା ସହ ସେଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ବିଦ୍ୟାଳୟରେ ଛାତ୍ରାବାସ ନଥିବା ଯୋଗୁଁ ପିଲାଏ ଅସୁବିଧାରେ ପଡ଼ୁଥିବା ଯୋଗୁଁ ଏଦିଗରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସାହୁ ଜଣାଇଛନ୍ତି । କୋଟିଆରେ ଆନ୍ଧ୍ରର ଲଗାତାର ଅନୁପ୍ରବେଶକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରି କୋଟିଆବାସୀଙ୍କ ସମସ୍ୟାର ସମାଧାନ ପାଇଁ ବ୍ରତୀ ଅଛନ୍ତି ବୋଲି ମତ ରଖିଛନ୍ତି ।

କୋରାପୁଟ ଫେରି ସାହୁ ଜିଲ୍ଲାର ରାଜସ୍ବ ଅଧିକାରୀ, ନାଲକୋ, ରେଳବାଇ ତଥା ଭାରତମାଳା ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ସହ ଜମି ଅଧିଗ୍ରହଣରେ ଆସୁଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଛନ୍ତି । ତେବେ ଜମି ଅଧିଗ୍ରହଣରେ କୌଣସି କ୍ଷେତ୍ରରେ ଲୋକଙ୍କ ସମସ୍ୟା ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି । ସେ କୋଟିଆ ଗସ୍ତ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ଟିକାଇ ଗେମେଲ୍ ଓ କୋଟିଆ ସରପଞ୍ଚ ଲିଉ ଗେମଲ ସାକ୍ଷାତ କରି ସେହି ଅଞ୍ଚଳର ଜଳ, ଜମି, ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ।

ଇଟିଭି ଭାରତ, କୋରାପୁଟ

Last Updated :Jun 24, 2022, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.