ETV Bharat / state

କୋରାପୁଟରେ ସମ୍ବିଧାନ ଦିବସ ପାଳିତ

author img

By

Published : Nov 26, 2019, 11:34 PM IST

Constitution day celebrate in koraput
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମଙ୍ଗଳବାର ସାରା ଦେଶ ପାଳିଛି ସମ୍ବିଧାନ ଦିବସ । ଏହି ଅବସରରେ କୋରାପୁଟ ଜିଲ୍ଲାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ସବୁ ପିଲା ଯେଭଳି ପାଠ ପଢିବାରେ ସକ୍ଷମ ହେବେ ସେ ଦିଗରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା କୋରାପୁଟ ଜନସାଧାରଣ ଶପଥ ନେଇଛନ୍ତି ।

କୋରାପୁଟ: ମଙ୍ଗଳବାର ସାରା ଦେଶ ପାଳିଛି ସମ୍ବିଧାନ ଦିବସ । ବିଶ୍ବର ସର୍ବବୃହତ ଲିଖିତ ସମ୍ବିଧାନକୁ ପୂରିଛି 70 ବର୍ଷ । ଏହି ଅବସରରେ କୋରାପୁଟ ଜିଲ୍ଲାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ସବୁ ପିଲା ଯେଭଳି ପାଠ ପଢିବାରେ ସକ୍ଷମ ହେବେ ସେ ଦିଗରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା କୋରାପୁଟ ଜନସାଧାରଣ ଶପଥ ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜିଲ୍ଲାପାଳ ମଧୂସୂଦନ ମିଶ୍ର ସମସ୍ତଙ୍କୁ ସମ୍ବିଧାନରେ ଦିଆଯାଇଥିବା ବିଭିନ୍ନ ଅଧିକାରକୁ ସକରାତ୍ମକ ଦିଗରେ ଉପଲବ୍ଧି କରିବାକୁ କହିଥିଲେ । ଏହା ସହିତ 11ଟି ପ୍ରମୁଖ ବିଷୟରେ ଉଲ୍ଲେଖ ଥିବା ଦାୟିତ୍ବର ଶପଥ ପାଠ କରାଇଥିଲେ । ତେବେ ଆଜି ପର୍ଯ୍ୟନ୍ତ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସାଧାରଣ ଜନତା ସମ୍ବିଧାନରେ ଦିଆଯାଇଥିବା ଅଧିକାର ପାଇବା ଠାରୁ ବଞ୍ଚିତ ହୋଇଛନ୍ତି । ହେଲେ ଆଜି ସାମ୍ବିଧାନିକ ଦିବସ ଅବସରରେ ଶପଥ ନେଇଥିବା ପ୍ରଶାସନିକ ଅଧିକାରୀ ମାନେ ନିଜ ସଂକଳ୍ପକୁ କାର୍ଯ୍ୟରେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ମତ ରଖିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ସବୁ ପିଲା ଯେପରି ପାଠ ପଢିବାରେ ସକ୍ଷମ ହେବେ ସେ ଦିଗରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ର ଅଧିକାରୀ ତଥା ଜନସାଧାରଣ ଶପଥ ନେଲେ ।Body:ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସମସ୍ତଙ୍କୁ ସମ୍ବିଧାନରେ ଦିଆଯାଇଥିବା ବିଭିନ୍ନ ଅଧିକାରକୁ ସକାରାତ୍ମକ ଦିଗରେ ଉପଲବ୍ଧି କରିବା ସହିତ ଏଗାର ଟି ପ୍ରମୁଖ ବିଷୟରେ ଉଲ୍ଲେଖ ଥିବା ଦାୟିତ୍ବ ର ଶପଥ ପାଠ କରାଇଥିଲେ । ତେବେ ଆଜି ପର୍ଯ୍ୟନ୍ତ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସାଧାରଣ ଜନତା ସମ୍ବିଧାନରେ ଦିଆଯାଇଥିବା ଅଧିକାର ପାଇବାଠାରୁ ବହୁତ୍ ଦୂରରେ ଥିବା ଯୋଗୁଁ ଆଜି ଶପଥ ନେଇଥିବା ପ୍ରଶାସନିକ ଅଧିକାରୀ ମାନେ ନିଜ ସଂକଳ୍ପକୁ କାର୍ଯ୍ୟରେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ମତ ରଖିଛନ୍ତି । Conclusion:Byte : Deven Pradhan , ADM, Koraput
Byte : Madhumita Mahapatra , DWO,Koraput
Byte : Gadadhar Parida , former District Collector Koraput
.........
Santakar
Koraput
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.