ETV Bharat / state

କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

author img

By

Published : Nov 3, 2022, 9:55 AM IST

ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି । ବିଶ୍ବରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଛି । ଅଧିକ ପଢ଼ନ୍ତୁ

climate change effect seen on coffee crop in whole world said coffee board officer
କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

କୋରାପୁଟ: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି । ଏଥିପାଇଁ ପାଣିପାଗ ଓ ଋତୁଚକ୍ର ମଧ୍ୟରେ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି । ତେବେ ଏହି ଜଳବାୟୁ ପରିବର୍ତ୍ତନ କଫି ଚାଷ ଉପରେ ମଧ୍ୟ ପ୍ରଭାବ ପକାଇଛି । କେବଳ କୋରାପୁଟ ନୁହେଁ ସାରା ବିଶ୍ବରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଥିବା ନେଇ କଫି ବୋର୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

କଫି ବୋର୍ଡ ଅଧିକାରୀ ଉପେନ୍ଦ୍ର କୁମାର ଶାହା କହିଛନ୍ତି, "କୋରାପୁଟରେ ଜଳବାୟୁ, ମୃତ୍ତିକା ତଥା ଭୂଭାଗ କଫି ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ । ତେବେ ଗତ କିଛି ବର୍ଷ ଧରି ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ଫଳରେ କୋରାପୁଟର ପାଣିପାଗରେ ମଧ୍ୟ ଫରକ ପରିଲକ୍ଷିତ ହୋଇଛି । ପ୍ରତି ବର୍ଷ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ବର୍ଷା ଛାଡି ଯାଇ ଶୀତ ଆସିବା ପୂର୍ବର କୋମଳ ଖରା ପଡ଼ିବା ଦ୍ଵାରା କଫି ଫଳ ପାଚିବାରେ ସହାୟକ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରାପୁଟ ଅଞ୍ଚଳରେ ବର୍ଷା ହେବା ସହ ବର୍ତ୍ତମାନ ମଧ୍ୟ କଫି ଗଛ ଗୁଡ଼ିକ ଉପରେ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ପଡ଼ିନାହିଁ ।"

ଫଳରେ କୋରାପୁଟ ଅଞ୍ଚଳରେ କଫି ଫଳ ପାଚିବାରେ ପ୍ରାୟ 15 ଦିନ ବିଳମ୍ବ ହୋଇଛି । ତେବେ ଏହା ବିଶେଷ ଚିନ୍ତାଜନକ ବିଷୟ ନୁହେଁ । କଫି ଚାଷୀ ବଦଳୁଥିବା ଜଳବାୟୁ ସହିତ ଖାପଖୁଆଇ କିପରି ଫଳ ତୋଳିବାରେ ସକ୍ଷମ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କୋରାପୁଟ କଫି ବୋର୍ଡ ଉପେନ୍ଦ୍ର କୁମାର ଶାହା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.