ETV Bharat / state

କୋରାପୁଟରେ 4 ଜଣଙ୍କୁ ମିଳିଲା ପ୍ରକୃତି ବନ୍ଧୁ ସମ୍ମାନ

author img

By

Published : Jun 6, 2022, 7:09 AM IST

Updated : Jun 6, 2022, 9:36 AM IST

କୋରାପୁଟରେ ଶିଶୁଙ୍କୁ ମିଳିଲା ପ୍ରକୃତି ବନ୍ଧୁ ସମ୍ମାନ
କୋରାପୁଟରେ ଶିଶୁଙ୍କୁ ମିଳିଲା ପ୍ରକୃତି ବନ୍ଧୁ ସମ୍ମାନ

କୋରାପୁଟରେ ବିଶ୍ବ ପରିବେଶ ଦିବସ ପାଳିତ । ବନ ବିଭାଗ ତରଫରୁ ଶିଶୁମାନଙ୍କୁ କରାଗଲା ପୁରସ୍କୃତ । ଛାତ୍ରଛାତ୍ରୀଙ୍କ ଦ୍ବାରା ସହର ପରିକ୍ରମା କରାଯାଇ ପରିବେଶ ସୁରକ୍ଷା ଦିଗରେ ଜନ ସାଧାରଣଙ୍କୁ କରାଗଲା ସଚେତନ । ଅଧିକ ପଢ଼ନ୍ତୁ

କୋରାପୁଟ: ରବିବାର ବିଶ୍ବ ପରିବେଶ ଦିବସରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସହର ପରିକ୍ରମା କରାଯାଇ ପରିବେଶ ସୁରକ୍ଷା ଦିଗରେ ସଚେତନ କରାଯାଇଛି । କୋରାପୁଟ ବନ ବିଭାଗ ତରଫରୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଛି ।

କୋରାପୁଟରେ ଶିଶୁଙ୍କୁ ମିଳିଲା ପ୍ରକୃତି ବନ୍ଧୁ ସମ୍ମାନ

ବର୍ତ୍ତମାନ ବିଶ୍ଵର ସନ୍ତୁଳନ ଓ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବାରୁ ଏଥିରେ ଶିଶୁମାନଙ୍କ ସହଭାଗିତା ଓ ସଂପୃକ୍ତିକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି । ତେବେ କୋରାପୁଟ ବନ ବିଭାଗ ତରଫରୁ ସହରର ଶିଶୁଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ ରଚନା ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୩୯ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।

ଇଟିଭି ଭାରତ, କୋରାପୁଟ

Last Updated :Jun 6, 2022, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.