ETV Bharat / state

ସୁଧୁରୁନି ଆନ୍ଧ୍ର, କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ

author img

By

Published : Dec 7, 2022, 10:00 AM IST

andhra pradesh supporters protest in kotia
ସୁଧୁରୁନି ଆନ୍ଧ୍ର, କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ

ପୁଣି କୋଟିଆରେ ଆନ୍ଧ୍ରର ନୂଆ ଚାଲ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବାରଣ କରିବାରୁ କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

କୋରାପୁଟ: ସୁଧୁରୁନି ଆନ୍ଧ୍ର, କୋଟିଆରେ ଜାରି ରଖିଛି ଅନୁପ୍ରବେଶ ଉଦ୍ୟମ । ବିଭିନ୍ନ ଲୋଭ ଦେଖାଇ କୋଟିଆ ନେବାକୁ କସରତ କରୁଛି । ଏହାରି ମଧ୍ୟରେ ଆନ୍ଧ୍ର ପୁଣି ଏକ ନୂଆ ଚକ୍ରାନ୍ତ ଚଲାଇଛି । ଗତ କିଛିଦିନ ପୂର୍ବେ କୋଟିଆ ପଞ୍ଚାୟତରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିଡ଼ିଓ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ମନା କରି ଫେରାଇ ଦେଇଥିଲେ । ଏହି ଘଟଣାକୁ ନେଇ କୋଟିଆ ଅଞ୍ଚଳର ଆନ୍ଧ୍ର ସମର୍ଥକମାନେ ନେରେଡିବାଲାସା ଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ସୁପ୍ରିମକୋର୍ଟରେ ଅମିମାଂସିତ ରହିଛି । ତେଣୁ କୋଟିଆ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ଓଡ଼ିଶାର ଯେତିକି ଅଧିକାର ରହିଛି ଆନ୍ଧ୍ରପ୍ରଦେଶର ମଧ୍ୟ ସେତିକି ଅଧିକାର ରହିଛି । ଓଡ଼ିଶାର ସରକାରୀ ଅଧିକାରୀ ନିଜେ କୋଟିଆରେ ମୁକ୍ତ ଭାବେ କାର୍ଯ୍ୟ କରିପାରୁଥିବା ବେଳେ ସେମାନେ ଆନ୍ଧ୍ର ପ୍ରଦେଶର ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ବାରଣ କରାଯାଉଥିବା ଅଭିଯୋଗ କରାଯାଇଛି । ଏହି କ୍ରମରେ ଆନ୍ଧ୍ର ପ୍ରଦେଶ ଆଦିବାସୀ କର୍ମଚାରୀ ସଂଘର ଆଇନ ପରାମର୍ଶଦାତା ରେଗୁ ମହେଶ୍ୱର ରାଓଙ୍କ ନେତୃତ୍ୱରେ କୋଟିଆ ଅଞ୍ଚଳର ଆନ୍ଧ୍ର ସମର୍ଥକମାନେ ନେରେଡିବାଲାସା ଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ ସଭାରେ ତଳ ଗଞ୍ଜେଇପଦର ବାସିନ୍ଦା ମଧ୍ୟ ସାମିଲ ହୋଇଛନ୍ତି । ଓଡ଼ିଶା ଅଧିକାରୀମାନେ ଆନ୍ଧ୍ର ଅଧିକାରୀଙ୍କୁ କୋଟିଆ ପଞ୍ଚାୟତରେ ବିକାଶ ମୂଳକ କାର୍ଯ୍ୟ କରିବାରୁ ରୋକିବା ବନ୍ଦ ନ କଲେ ଅଞ୍ଚଳବାସୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବେ ବୋଲି ପରାମର୍ଶଦାତା ରେଗୁ ମହେଶ୍ୱର ରାଓ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.