ETV Bharat / state

ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ

author img

By

Published : Aug 5, 2021, 10:44 PM IST

ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ
ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ

ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତି ଭିସେଟ୍ଟୀ ବାବାଜି ଓଡ଼ିଶାର କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଉପର ଗଞ୍ଜେଇପଦର ପରିଦର୍ଶନ କରି ଫେରିଛନ୍ତି । ଅଧିକ ପଢ଼ନ୍ତୁ...

କୋରାପୁଟ: ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତି ଭିସେଟ୍ଟୀ ବାବାଜି ଓଡ଼ିଶାର କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଉପର ଗଞ୍ଜେଇପଦର ପରିଦର୍ଶନ କରି ଫେରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ଯୋଜନାର ଉପଲବ୍ଧି ସମ୍ପର୍କରେ ପଚାରି ବୁଝିଥିଲେ । କୋଟିଆ ଅଞ୍ଚଳରେ ଥିବା ଖଣି ଖାଦାନ ଉପରେ ଓଡ଼ିଶାର ନଜର ରହିଥିବାରୁ ଯୋଗୁଁ ଏହି ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ନିର୍ମାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଭିସେଟ୍ଟୀ ବାବାଜି ।

ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ
ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ

ଖାଲି ସେତିକି ନୁହେଁ, କୋଟିଆ ଉପରେ ଓଡ଼ିଶାର ଦଖଲକୁ ଆନ୍ଧ୍ରପ୍ରଦେଶ ସରକାର ମୁକ୍ତ କରିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ପ୍ରତିନିଧି ଦଳ । ଓଡ଼ିଶାର ସରକାରୀ ଅଧିକାରୀ ତଥା ସମସ୍ତ ପ୍ରମୁଖ ଦଳର ନେତାମାନେ କୋଟିଆ ଅଞ୍ଚଳ ଗସ୍ତ କରୁଥିବା ବେଳେ ଆନ୍ଧ୍ରପ୍ରଦେଶର ସରକାର ଓ ରାଜନୈତିକ ନେତୃବୃନ୍ଦ ନିରବ ରହିଥିବା ଅଭିଯୋଗ କରିଛି ଆନ୍ଧ୍ରପ୍ରଦେଶ ରାଜନୈତିକ ଦଳର ପ୍ରତିନିଧି ଦଳ। ଏହାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ତେଲୁଗୁ ସୂଚକ ଫଳକ ଲଗାଇବା ପାଇଁ ଆନ୍ଧ୍ର ସରକାରଙ୍କ ପାଖରେ ଦାବି ରଖିଛି ଆନ୍ଧ୍ର ରାଜନୈତିକ ପ୍ରତିନିଧି ଦଳ ।

ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ
ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.