ETV Bharat / state

ସେରୋ ସର୍ଭେ ପାଇଁ ବୁଧବାର କୋରାପୁଟରେ ପହଞ୍ଚିବ ସ୍ଵତନ୍ତ୍ର ଟିମ, ସୂଚନା ଦେଲେ ସିଡିଏମଓ

author img

By

Published : Jun 15, 2021, 10:33 PM IST

ସେରୋ ସର୍ଭେ ପାଇଁ ବୁଧବାର କୋରାପୁଟରେ ପହଞ୍ଚିବ ସ୍ଵତନ୍ତ୍ର ଟିମ, ସୂଚନା ଦେଲେ ସିଡିଏମଓ
ସେରୋ ସର୍ଭେ ପାଇଁ ବୁଧବାର କୋରାପୁଟରେ ପହଞ୍ଚିବ ସ୍ଵତନ୍ତ୍ର ଟିମ, ସୂଚନା ଦେଲେ ସିଡିଏମଓ

କୋରାପୁଟ ଜିଲ୍ଲାରେ ବୁଧବାର ପହଞ୍ଚିବ ସ୍ବତନ୍ତ୍ର ଟିମ । ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ କରିବ ଅନୁଧ୍ୟାନ । ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଅଧିକ ପଢନ୍ତୁ....

କୋରାପୁଟ: ଜିଲ୍ଲାରେ ଲୋକଙ୍କ ମଧ୍ୟରେ କୋରୋନା ଭୂତାଣୁକୁ ପ୍ରତିରୋଧ କରିବା ଶକ୍ତି କେତେ ବିକଶିତ ହୋଇଛି ତାହା ପରୀକ୍ଷା କରିବା ପାଇଁ ଭୁବନେଶ୍ବରରୁ ଏକ ସ୍ଵତନ୍ତ୍ର ଟିମ ବୁଧବାର ଜିଲ୍ଲା ଗସ୍ତରେ ଆସିବାକୁ ଯାଉଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ସୂଚନା ପ୍ରଦାନ କରିଛନ୍ତି ।

ସେରୋ ସର୍ଭେ ପାଇଁ ବୁଧବାର କୋରାପୁଟରେ ପହଞ୍ଚିବ ସ୍ଵତନ୍ତ୍ର ଟିମ, ସୂଚନା ଦେଲେ ସିଡିଏମଓ

ଏହି ବିଶେଷଜ୍ଞ ଟିମ 10ଟି ଗ୍ରାମରେ ଆସନ୍ତା ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତିନିଦିନ ଧରି ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କରି ଭୁବନେଶ୍ଵରରେ ପରୀକ୍ଷା କରିବା ପାଇଁ ନେଇଯିବ ବୋଲି ଡାକ୍ତର ବେଉରା ଜଣାଇଛନ୍ତି । ଗତବର୍ଷ ମଧ୍ୟ ବିଶେଷଜ୍ଞଙ୍କ ଏକ ଟିମ କୋରାପୁଟ ଜିଲ୍ଲାର 10 ଟି ଗ୍ରାମରେ ସେରୋ ସର୍ଭେ କରିଥିଲେ। ତେଣୁ ଚଳିତବର୍ଷର ସର୍ଭେ ପୂରଣ ହେବାପରେ ବାସ୍ତବରେ ଲୋକଙ୍କ ମଧ୍ୟରେ କେତେ ପରିମାଣର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ତାହା ଜଣାପଡିବ ବୋଲି କିହଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.