ETV Bharat / state

ଚଳିତବର୍ଷ ଜିଲ୍ଲାରେ ଯୋଡ଼ିହେଲେ ନୂଆ ଭୋଟର

author img

By

Published : Jan 25, 2023, 10:23 PM IST

13th national voters day
13th national voters day

ଆଜି ତ୍ରୟୋଦଶ ତମ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ। ଏହି ଅବସରରେ କେବଳ ଭୋଟ ନେବା ପାଇଁ ନୁହନ୍ତି ନେତା , ଯୁବ ପିଢ଼ି ର ଭବିଷ୍ୟତ ସେମାନେ ଗଢିବା କଥା ବୋଲି ରୋକ ଠୋକ ଶୁଣାଇଛନ୍ତି ଯୁବପିଢି । ଅଧିକ ପଢନ୍ତୁ

13th national voters day

କୋରାପୁଟ: କେବଳ ଭୋଟ ନେବା ପାଇଁ ନୁହନ୍ତି ନେତା , ଯୁବ ପିଢ଼ି ର ଭବିଷ୍ୟତ ସେମାନେ ଗଢିବା କଥା । ତ୍ରୟୋଦଶ ତମ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଯୁବ ପିଢ଼ି ଏହା କୁ ରୋକ ଠୋକ ଶୁଣାଇଛନ୍ତି। ରାଜନୀତି ନିଜେ ପଙ୍କ ନୁହେଁ । ବରଂ ତାକୁ ରାଜନୀତି କରୁଥିବା ଲୋକେ ଏପରି ସ୍ଥିତି ରେ ପହଞ୍ଚାଇ ଦେଇଥିବା ପ୍ରଥମ ଥର ପାଇଁ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କିଶୋରୀ ଭୋଟର ମତ ରଖିଛନ୍ତି ।

ତେବେ ଆଜି ନୂତନ ଭାବେ ଭୋଟ ଦେବାର ବୟସ ପ୍ରାପ୍ତ ହୋଇଥିବା ଯୁବ ପିଢ଼ି ଭୋଟ ଦେବା ଆଗରୁ ନିଜ ମତଦାନ ଅଧିକାରକୁ ବିକ୍ରି କରିବେ ନାହିଁ । ଏଥିସହ ନିର୍ବାଚିତ ନେତାଙ୍କୁ ମତଦାତା ଙ୍କ ପାଇଁ ଉଦ୍ଦିଷ୍ଟ ନିଧି ର ସଠିକ ବିନିଯୋଗ କରିବାର ଦାୟିତ୍ୱ ରୁ ପଳାୟନ ପ୍ରୟାସ କୁ ପ୍ରଶ୍ରୟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଚଳିତବର୍ଷ ଜିଲ୍ଲାରେ ଅନେକ ନୂଆ ଭୋଟର ଯୋଡି ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲାରେ ନିର୍ବାଚନ ସମୟରେ ଯୁବ ପିଢ଼ିଙ୍କ ମତଦାନ ର ପରିମାଣ ରାଜ୍ୟ ତୁଳନାରେ ଭଲ ଥିଲେ ମଧ୍ୟ ଏଥିରେ ଆହୁରି ଅଧିକ ସଂଖ୍ୟକ ଯୁବକ ଯୁବତୀ ଯେପରି ଅଂଶଗ୍ରହଣ କରିବେ । ତେଣୁ ସେଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମତ ରଖିଛନ୍ତି ।

ଏହାଛଡା ଜିଲ୍ଲାର ବିଭିନ୍ନ ବ୍ଲକରୁ ନୂତନ ଭୋଟର, ବୁଥ ଲେବୁଲ ଅଫିସର ଓ ସୁପରଭାଇଜର,କିଛି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଛନ୍ତି। ଏହାସହ ସେ ଯୁବପିଢି ଶତ ପ୍ରତିଶତ ମତଦାନ କରିବାକୁ ପରାମର୍ଶ ଦେବା ସହ ମତଦାନ ସମୟରେ କାହାଦ୍ୱାରା ପ୍ରଭାବିତ ନହୋଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତ୍ୟେକ ନିର୍ବାଚନରେ ମତଦାନ କରିବା ଆବଶ୍ୟକ ବୋଲି ଜଣାଇଥିଲେ।

ତେବେ ଏହି ଅବସରରେ ଜିଲ୍ଲାରେ ଭୋଟଦାତା ସୃଷ୍ଟି କରିବା କ୍ଷେତ୍ରରେ ଉନ୍ନତ କାର୍ଯ୍ୟ କରିଥିବ ବୁଥ ଲେବୁଲ ଅଫିସର ଓ ସୁପଭାଇଜର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହ ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଭୋଟର ସଚେତନତା ପାଇଁ କରାଯାଇଥିବା ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.