ETV Bharat / state

ସ୍ୱାମୀଙ୍କୁ ଖୋଜିବାକୁ ଯାଇ ହଟହଟା ମହିଳା

author img

By

Published : Nov 1, 2022, 9:25 AM IST

ସ୍ୱାମୀଙ୍କୁ ଖୋଜିବାକୁ ଯାଇ ହଟହଟା
ସ୍ୱାମୀଙ୍କୁ ଖୋଜିବାକୁ ଯାଇ ହଟହଟା

ସ୍ୱାମୀଙ୍କୁ ଖୋଜିବାକୁ ଯାଇ ହଟହଟା ହେଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଘମାରୀ ଥାନାରେ । ୫ଘଣ୍ଟା କାଳ ଥାନାରେ ଅଟକ ରହି ପୋଲିସ ନୋଟିସ ଦେଇ ପରିବାର ଲୋକଙ୍କ ଜିମାରେ ଛାଡିଥିବା ଜଣାଯାଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ସ୍ୱାମୀଙ୍କୁ ଖୋଜିବାକୁ ଯାଇ ହଟହଟା ହେଲେ ମହିଳା । ଏପରିକି ଦୁଇ ପିଲାଙ୍କୁ ଧରି ୫ଘଣ୍ଟା କାଳ ଥାନାରେ ଅଟକ ରହି ପୋଲିସ ନୋଟିସ ଦେଇ ପରିବାର ଲୋକଙ୍କ ଜିମାରେ ଛାଡିଥିବା ଜଣାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଘମାରୀ ଥାନାରେ । ସୂଚନାମୁତାବକ, ଦୁଇ ପିଲାଙ୍କୁ ସାଙ୍ଗରେ ଧରି ସ୍ୱାମୀଙ୍କୁ ଖୋଜି ବୁଲୁଛନ୍ତି ବୋଲଗଡ଼ ଥାନା ଚୁଡା ଗ୍ରାମର ଜଣେ ମହିଳା । ଏହି ମହିଳାଜଣକ ୨୦୦୮ ମସିହାରେ ବୈଦିକ ରୀତି ନୀତିରେ ବୋଲଗଡ଼ ଥାନା ଚୁଡା ଗ୍ରାମର ବସନ୍ତ ରାଉତଙ୍କୁ ବିବାହ କରିଥିଲେ ।

ସ୍ୱାମୀଙ୍କୁ ଖୋଜିବାକୁ ଯାଇ ହଟହଟା

ବିବାହ ସମୟରେ ବରପକ୍ଷ ଦାବି ମୁତାବକ ୫୦ ହଜାର ଟଙ୍କା ସହିତ ସମସ୍ତ ଆସବାପତ୍ର କନ୍ୟା ପକ୍ଷରୁ ଦିଆଯାଇଥିଲା । ବିବାହର କିଛିବର୍ଷ ଚଳିବା ପରେ ସ୍ତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁ ଥିଲେ ବସନ୍ତ । ଏନେଇ ପ୍ରାଥମିକ ଚିକିତ୍ସା ପରେ ମହିଳାଜଣକ ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ ।ସେହି ଦିନ ଠାରୁ ସ୍ୱାମୀ ବସନ୍ତ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଛାଡି ଦେଇ କେଉଁଆଡେ ଚାଲିଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:Dhamnagar By-poll: ଟଙ୍କା ବଣ୍ଟା ରାଜନୀତି, ଘେରିଲେ ବିରୋଧୀ, ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି କହିଲା ବିଜେଡି

ସ୍ୱାମୀ ବସନ୍ତ କିଛି ସଂପତି ବିକ୍ରି କରି ଲକ୍ଷାଧିକ ଟଙ୍କା ନେଇ କେଉଁ ଆଡେ ପଳାଇଥିବାବେଳେ, ମହିଳାଜଣକ ଜୀବନରେ ଦୁଃଖର କଳାବାଦଲ ମାଡି ଆସିଲା ସଦୃଶ ହୋଇଛି । ନ୍ୟାୟ ପାଇବା ମହିଳାଜଣକ ଥାନା, ଜିଲ୍ଲାପାଳ ଏବଂ ମହିଳା କମିଶନରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ସୁଦ୍ଧା ନ୍ୟାୟ ପାଇ ପାରିଲେ ନାହିଁ । ଶେଷରେ ସ୍ୱାମୀଙ୍କୁ କେଉଁଠି ରହୁଛନ୍ତି ଖୋଜିବା ପାଇଁ ଲାଗି ଜାଣିବାକୁ ପାଇଲେ ସ୍ୱାମୀ ବସନ୍ତ ବାଘମାରୀ ଥାନା ପୋଡାଡିହ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି । ତେବେ ସ୍ବାମୀ ବିବାହ କରିଥିବା ଝିଅ ଘରକୁ ଆସିଥିବା ଜାଣି ଆଜି ମହିଳାଜଣକ ଦୁଇଛୁଆଙ୍କୁ ଧରି ପହଞ୍ଚିଥିଲେ । ତେବେ ବସନ୍ତ ୮ ମାସ ତଳେ ପୁନଃ ବିବାହ କରିଥିବା ଜାଣିବାକୁ ପାଇବା ପରେ ସ୍ବାମୀ ନଆସିବା ଯାଏଁ କୁଆଜେ ଯିବେ ନାହିଁ ବୋଲି କହିଥିଲେ ।

ଖବର ପାଇ ଦୁଇଜଣ ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ସାମ୍ବାଦିକଙ୍କୁ ଦେଖି ରବି ପ୍ରଧାନ ଏବଂ ପରିବାର ଲୋକେ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ଗରମ ପାଣି ଉପରକୁ ଫୋପାଡିବାକୁ ଧମକ ଦେଇଥିଲେ । ଏନେଇ ବନିତା ପ୍ରଧାନ ବାଘମାରୀ ଥାନାରେ ପହଞ୍ଚି ମହିଳାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ବାଘମାରୀ ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ଭରା କର ବନିତା ପ୍ରଧାନ ଅଭିଯୋଗ କ୍ରମେ ୧୪୯/୨୨, ମହିଳାଙ୍କ ଅଭିଯୋଗ କ୍ରମେ ୧୫୦/୨୨ ଏବଂ ସାମ୍ବାଦିକଙ୍କ ଅଭିଯୋଗକୁ ନେଇ ୧୫୧/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି । ସେପଟେ ସ୍ୱାମୀଙ୍କୁ ଖୋଜିବାକୁ ଆସି ମଞ୍ଜୁବାଳା ଏବଂ ଦୁଇ ପିଲା ଦୀର୍ଘ ୫ଘଣ୍ଟା କାଳ ଥାନାରେ ବସିରହି ନ୍ୟାୟ ତ ପାଇଲେ ନାହିଁ ଶେଷରେ ଏକ କେସ ଖାଇ ପରିବାର ଲୋକଙ୍କ ଜିମାରେ ପୋଲିସ ଛାଡିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.