ETV Bharat / state

Winter Session of Assembly: ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କ ମନ୍ତ୍ର, ଉଠିବ କେନ୍ଦ୍ର ଅବହେଳା ମୁଦ୍ଦା

author img

By

Published : Nov 24, 2022, 10:14 PM IST

Winter Session of Assembly
Winter Session of Assembly

ବିଧାନସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ବସିଛି ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ବସିଛି ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଅଧିବେଶନରେ ବିରୋଧୀଙ୍କୁ ମୁକାବିଲା କରିବା ନେଇ ଦଳୀୟ ବିଧାୟକଙ୍କୁ ମନ୍ତ୍ର ଦେଇଛନ୍ତି ନବୀନ ।

ବିଜେଡି ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଅଧିବେଶନରେ ବିଜେଡି ବିଧାୟକ କେନ୍ଦ୍ର ସରକାରଙ୍କ ଅବହେଳା, ରେଳବାଇ, ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନାକୁ ପ୍ରସଙ୍ଗ କରିବ । ଏମଏସପି ବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିବ ବିଜେଡି । ବାରମ୍ବାର ଏମଏସପି ବୃଦ୍ଧି ପାଇଁ ଦାବି ପରେ ବି ଶୁଣୁ ନାହାନ୍ତି କେନ୍ଦ୍ର ସରକାର । ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଉନାହାନ୍ତି । ଏହି ପ୍ରସଙ୍ଗରେ ଦୃଢ଼ତାର ସହ ଦଳ ଉଠାଇବ । ଗୃହରେ ଉପସ୍ଥିତ ରହି ଅଂଶଗ୍ରହଣ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.