ETV Bharat / state

ରାଜ୍ୟରେ ପ୍ରବଳ ଶୀତ, ସକାଳୁ ଘରୁ ନବାହାରିବା ପାଇଁ ପରାମର୍ଶ

author img

By

Published : Jan 8, 2023, 7:51 PM IST

winter cold to increase in odisha
winter cold to increase in odisha

ରାଜ୍ୟରେ 2ରୁ 3 ଦିନ ହେଲା ପ୍ରବଳ ଶୀତ ଅନୁଭୁତ ହେଉଛି । ଉତ୍ତରା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ବଢ଼ିଛି ଥଣ୍ଡାର ପ୍ରକୋପ । ଅଧିକ ପଢନ୍ତୁ

ସକାଳୁ ଘରୁ ନବାହାରିବା ପାଇଁ ପରାମର୍ଶ

ଭୁବନେଶ୍ବର: ପୁଣି ଲେଉଟିଛି ଶୀତ । ରାଜ୍ୟରେ 2ରୁ 3 ଦିନ ହେଲା ପ୍ରବଳ ଶୀତ ଅନୁଭୁତ ହେଉଛି । କାଲୁଆ ପବନ ସାଙ୍ଗକୁ କୁହୁଡ଼ି ଦେଖା ଦେଇଛି । କିଛି ଦିନ ହେଲା ଶୀତ ଗାଏବ ଥିବା ବେଳେ ହଠାତ ଶୀତ ଲେଉଟି ଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ସ୍ୱାଭାବିକ ଜନଜୀବନ ।

ଉତ୍ତରା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ବଢ଼ିଛି ଥଣ୍ଡାର ପ୍ରକୋପ। ଟ୍ୱିନ୍ ସିଟିରେ ଗତ ରାତିରେ ତାପମାତ୍ରା ପାଖପାଖି ୩ ଡିଗ୍ରୀ ତଳକୁ ଖସିଛି। ଗତକାଲି କୋରାପୁଟ ଜିଲ୍ଲାର ସେମିଳିଗୁଡା ରେ ସର୍ବନିମ୍ନ ରାତ୍ରି ତାପମାତ୍ରା 2ଡ଼ିଗ୍ରୀ ରହୁଥିବା ବେଳେ କିରେଇ (ସୁନ୍ଦରଗଡ): 4.4° ଡିଗ୍ରୀ , ଜି. ଉଦୟଗିରି (କନ୍ଧମାଳ)- 4.6° ଡିଗ୍ରୀ, ଫୁଲବାଣୀ (କନ୍ଧମାଳ) 5° ଡିଗ୍ରୀ, ଭୁବନେଶ୍ୱର 10.5° ଡିଗ୍ରୀ, କଟକ: 11.5° ଡିଗ୍ରୀ, ସୁନ୍ଦରଗଡ଼ ୬.୫ ଡିଗ୍ରୀ, କୋରାପୁଟ ୬.୫ ଡିଗ୍ରୀ, ଝାରସୁଗୁଡ଼ା ୬.୬ ଡିଗ୍ରୀ, ଦାରିଙ୍ଗବାଡ଼ି ୬.୭ ଡିଗ୍ରୀ କେନ୍ଦୁଝର ୭.୨ ଡିଗ୍ରୀ, ଭବାନୀପାଟଣା ୭.୨ ଡିଗ୍ରୀ, ଢେଙ୍କାନାଳ ୮ ଡିଗ୍ରୀ, ସୋନପୁର ୮.୫ ଡିଗ୍ରୀ , ଅନୁଗୁଳ ୮.୬ ଡିଗ୍ରୀ, ବାରିପଦା ୯ ଡିଗ୍ରୀ, ନବରଙ୍ଗପୁର ୯ ଡିଗ୍ରୀ, ସମ୍ବଲପୁର ୯.୩ ଡିଗ୍ରୀ, ରାଣୀତାଲ ୯.୪ ଡିଗ୍ରୀ, ଭଦ୍ରକ ୯.୫ ଡିଗ୍ରୀ, ମହିଷାପାଟ ୯.୫ ଡିଗ୍ରୀ, ହୀରାକୁଦ ୯.୬ ଡିଗ୍ରୀ, ବାଲେଶ୍ୱର ୯.୭ ଡିଗ୍ରୀ ରହିଛି । ଏଥିସହ ୧୦ ଡିଗ୍ରୀ ତଳେ ଓଡ଼ିଶାର ୨୧ ସହର ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରି ଜାରି ରହିବ । ଏଥିସହ ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଜିଲ୍ଲାରେ ଗୋଟିଏରୁ 2ଦିନ ସ୍ଥାନରେ ଶୀତ ଲହରି ଅନୁଭୂତ ହେବା ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ ଆସନ୍ତାକାଲି ପାଇଁ ଝାରସୁଗୁଡ଼ା , ଦେଓଗଡ଼ , ଅନୁଗୋଳରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି । ଯଦିଓ ଏହି ସମୟରେ ଶୀତ ସହନୀୟ ତଥାପି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ପାଣିପାଗ ବୈଜ୍ଞାନିକ । ବିଶେଷ କରି ରାତି ଓ ପାହାନ୍ତା ସମୟରେ ଶୀତକୁ ନବାହାରିବା ସହ ଗୃହପାଳିତ ପଶୁଙ୍କୁ ଖୋଲାରେ ନରଖି ଆବଶ୍ୟକୀୟ ଗୃହରେ ରଖିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.