ETV Bharat / state

Odisha Weather: ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, କମିବ ଶୀତ ବଢିବ ରାତ୍ରି ତାପମାତ୍ରା

author img

By

Published : Dec 6, 2022, 6:24 PM IST

Odisha Weather: ସକ୍ରିୟ ଲଘୁଚାପ କ୍ଷେତ୍ର, କମିବ ଶୀତ ବଢିବ ରାତ୍ରି ତାପମାତ୍ରା
Odisha Weather: ସକ୍ରିୟ ଲଘୁଚାପ କ୍ଷେତ୍ର, କମିବ ଶୀତ ବଢିବ ରାତ୍ରି ତାପମାତ୍ରା

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରା ବଢିବା ସହିତ ଶୀତ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର (Low Pressure Area over Southeast Bay of Bengal ) ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବାକୁ ଥିବା ବେଳେ ରାତି ତାପମାତ୍ରା ବଢିବା ସହିତ ରାଜ୍ୟରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ସୂଚନା ଦିଆଯାଇଛି ।

Odisha Weather: ସକ୍ରିୟ ଲଘୁଚାପ କ୍ଷେତ୍ର, କମିବ ଶୀତ ବଢିବ ରାତ୍ରି ତାପମାତ୍ରା

ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ଏହା ପଶ୍ଚିମ ଉତର-ପଶ୍ଚିମ ଦିଗରେ ଗତି କରି ୮ ତାରିଖ ବେଳକୁ ତାମିଲନାଡୁ ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ । ସମ୍ଭାବ୍ୟ ବାତ୍ୟାର ରାଜ୍ୟ ଉପରେ ସିଧାସଳଖ ପ୍ରଭାବ ନଥିବା ବେଳେ, ବାତ୍ୟାର ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

  • କମିବ ଶୀତ ବଢିବ ରାତ୍ରି ତାପମାତ୍ରା !!!

    ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଯୋଗୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁର ମାତ୍ର ବୃଦ୍ଧି ସହ ରାତ୍ରି ତାପମାତ୍ରା ୨ ରୁ #୩ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା

    — Meteorological Centre, Bhubaneswar (@mcbbsr) December 6, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ବଙ୍ଗୋପସାଗରରେ ସକ୍ରିୟ ହେଉଛି ଲଘୁଚାପ, ଆଜି ସନ୍ଧ୍ୟାରେ ଅବପାତ

ଅନ୍ୟପଟେ କମିବ ଶୀତ ବଢିବ ରାତ୍ରି ତାପମାତ୍ରା । ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁର ମାତ୍ର ବୃଦ୍ଧି ସହ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୧.୨ ଡ଼ିଗ୍ରୀ ଝାରସୁଗୁଡାରେ ରେକର୍ଡ କରାଯାଇଛି ।

ସେପଟେ ଗତ ୨୪ ଘଣ୍ଟାର ପାଣିପାଗ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି, "ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି । ସର୍ବନିମ୍ନ ତାପମାତ୍ରା ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଭୁବନେଶ୍ବରରେ ସ୍ବାଭାବିକ ତାପମାତ୍ରା ୧୫ ଡିଗ୍ରୀ ରହିଥିଲା । ଗଜପତି, କନ୍ଧମାଳ, କୋରାପୁଟ, ଅନୁଗୋଳ, ସୁବର୍ଣ୍ଣପୁର, କଟକ ଆଦି ଜିଲ୍ଲାରେ ହାଲକା କୁହୁ଼ଡି ମଧ୍ୟ ଦେଖିବାକୁ ମିଳିଛି । ଆଗାମୀ ୫ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.