ETV Bharat / state

Weather Update: ନଭେମ୍ବରରେ ଅନୁଭୂତ ହେବ କମ୍ ଶୀତ

author img

By ETV Bharat Odisha Team

Published : Nov 2, 2023, 6:16 PM IST

Weather Update
Weather Update

ନଭେମ୍ବରରେ ରାଜ୍ୟରେ କମ୍ ଅନୁଭୂତ ହେବ ଶୀତ । ସ୍ବାଭାବିକ ଠାରୁ ଉପରେ ରହିବ ରାତି ତାପମାତ୍ରା । ଅଧିକ ପଢନ୍ତୁ

Weather Update

ଭୁବନେଶ୍ବର: ରାଜ୍ୟରେ ବଦଳୁଛି ପାଣିପାଗର ମିଜାଜ୍ । ନଭେମ୍ବରରେ ଶୀତ କମ୍ ପଡିବ । ଏବେ ତାତି ଅଧିକ ରହିଥିବା ବେଳେ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହରେ ବର୍ଷାର ପୂର୍ବାନୁମାନ ପାଣିପାଗ ବିଭାଗ । ସେପଟେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରିଛି ବିଭାଗ । ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବରେ ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଦୀର୍ଘକାଳୀନ ଆକଳନରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆସନ୍ତାକାଲି(ଶୁକ୍ରବାର) ଠାରୁ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷକରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ସେହିପରି ଝଡ ପ୍ରବାହରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଶୀତ କମ୍ ରହିବ । ପାହାଡିଆ ଅଞ୍ଚଳରେ ବି ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଓଡ଼ିଶାକୁ ପୂର୍ବାଳୀ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଥିବାରୁ ଏଭଳି ସ୍ଥିତି ଦେଖାଦେଉଛି ବୋଲି କହିଛି ବିଭାଗ । ଦୁଇ ନିୟାମକ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହମଧ୍ୟ ପଢନ୍ତୁ: Weather Update: 15 ଡିଗ୍ରୀ ତଳେ 5 ସହର, ପହିଲାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

କେତେକ ସ୍ଥାନରେ ମେଘୁଆ ପାଗ ମଧ୍ୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ବର୍ଷାର ସମ୍ଭାବନା ସହ ଅନ୍ୟ ଜିଲ୍ଲା ଗୁଡ଼ିକରେ ଶୁଖିଲା ପାଗ ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେଲେ ତାପମାତ୍ରା ଅଧିକ ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି ।

ନବରଙ୍ଗପୁରରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କିରେଇରେ ୧୫.୮ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ରାତିର ତାପମାତ୍ରା ବୃଦ୍ଧି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.