ETV Bharat / state

ଖବର ପ୍ରସାରଣ ପରେ ଆହାର ଯୋଗାଇଲା ‘ଆଶ୍ରା’ ସଂଗଠନ

author img

By

Published : Jul 24, 2020, 4:30 PM IST

କୋରୋନା କାଳରେ ଦହଗଞ୍ଜ ହେଉଛନ୍ତି ଖୋର୍ଦ୍ଧା ଯଦୁନଗର ବାସୀ । ଇଟିଭି ଭାରତରେ ଏମାନଙ୍କ କାହାଣୀ ପ୍ରସାରଣ ପରେ ଏମାନଙ୍କୁ ସହାୟତାର ହାତ ବଢାଇଛି ନୂଆଦିଲ୍ଲୀ ସ୍ଥିତ ଆଶ୍ରା ସ୍ବେଚ୍ଛାସେବୀ ସଂଗଠନ ।

ଇଟିଭି ଭାରତରେ ଖବର ପ୍ରସାରଣ
ଇଟିଭି ଭାରତରେ ଖବର ପ୍ରସାରଣ

ଖୋର୍ଦ୍ଧା: ଦାନା ମୁଠେ ପାଇଁ ପର ଦୁଆରେ ମୂଲ ଲାଗିବାକୁ ପଡେ । ଆଉ ନମିଳିଲେ ପରିବାର ଉପାସ । ତାରି ଭିତରେ ଦାଉ ସାଧିଛି ଲକଡାଉନ । ନା ମିଳୁଛି କାମ ନା ଖାଇବାକୁ ମୁଠେ ଦାନା । ଏହାରି ଭିତରେ ଦହଗଞ୍ଜ ହେଉଛନ୍ତି ଖୋର୍ଦ୍ଧା ଯଦୁନଗର ବାସୀ । ଇଟିଭି ଭାରତରେ ଏମାନଙ୍କ କାହାଣୀ ପ୍ରସାରଣ ପରେ ଏମାନଙ୍କୁ ସହାୟତାର ହାତ ବଢାଇଛି ନୂଆଦିଲ୍ଲୀ ସ୍ଥିତ 'ଆଶ୍ରା' ସ୍ବେଚ୍ଛାସେବୀ ସଂଗଠନ ।

ଇଟିଭି ଭାରତରେ ଖବର ପ୍ରସାରଣ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

ଆଶ୍ରାର ସ୍ବେଚ୍ଛାସେବୀ ମହେଶ୍ୱର ନାୟକଙ୍କ ନେତୃତ୍ୱରେ ଏକ ଟିମ ଆସି ଯଦୁନଗର ବାସୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏପରି ସମୟରେ ଆଶ୍ରାର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସୀ ବେଶ ପ୍ରସଂଶା କରିଛନ୍ତି । ସେହିପରି ଗାଁରେ ଥିବା ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ସହ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କର୍ମସଂସ୍ଥାନ ଯୋଗାଇ ଦେବାକୁ 'ଆଶ୍ରା' ପ୍ରତିଶ୍ରୁତି ଦେଇଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.