ETV Bharat / state

ସରକାରୀ ଜମିରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଦାବି, ଗ୍ରାମବାସୀଙ୍କ ବିକ୍ଷୋଭ

author img

By

Published : Nov 26, 2022, 5:20 PM IST

villagers protest for new building of health Centre at government land in nabarangpur
ସରକାରୀ ଜମିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଦାବି, ଗ୍ରାମବାସୀଙ୍କ ବିକ୍ଷୋଭ

ବେସରକାରୀ ଜମିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିରୋଧ । ସରକାରୀ ଜମିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କରିବାକୁ ଦାବି କରି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ସରକାରୀ ଜମିରେ ସ୍ବାସ୍ଥ୍ୟକେନ୍ଦ୍ର କରିବାକୁ ଗ୍ରାମବାସୀଙ୍କ ଦାବି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନୂତନ ଗୃହ ନିର୍ମାଣ ପାଇଁ ବେସରକାରୀ ଜମି ପରିବର୍ତ୍ତେ ସରକାରୀ ଜମିରେ କରାଯିବାକୁ ଦାବି କରି ସରୁଗୁଡା ଗ୍ରାମର ପ୍ରାୟ ୨୦୦ ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ଏକାଠି ହୋଇଛନ୍ତି । ସରୁଗୁଡା ଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନନ୍ଦାହାଣ୍ଡି ତହସିଲଦାର ଡ. ବନମାଳୀ ବେହେରା ଓ ନନ୍ଦାହାଣ୍ଡି ବିଡିଓ ଶିବଶଙ୍କର ମୁର୍ମୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସରକାରୀ ଜମିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଦାବି

ସୂଚନା ଥାଉକି, ଡଙ୍ଗରଭେଜା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦୀର୍ଘ ବର୍ଷ ଧରି ଜଣେ ଅନସୂଚୀତ ଜାତି ବ୍ୟକ୍ତିଙ୍କ ନାମରେ ରହି ଥିବାବେଳେ ସେହି ଜମିର ଉତ୍ତରାଧିକାରୀମାନେ ଅନେକ ସମୟରେ ନିଜର ଅଧିକାର ସାବ୍ୟସ୍ତ କରୁଥିବା ନଜିର ରହିଛି । ତେଣୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ସରୁଗୁଡା ଗ୍ରାମବାସୀଙ୍କ ଦାବି ଅନୁଯାୟୀ ଡଙ୍ଗରଭେଜା ଠାରେ ବେସରକାରୀ ଜମିରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସରକାରୀ ଜମିକୁ ସ୍ଥାନାନ୍ତର କରାଯାଉ । ସରକାରଙ୍କ ନୂତନ ଗୃହ ପାଇଁ ନିର୍ଦ୍ଦେଶ ପରେ ସରକାରୀ ଜମି ଯୋଗାଇ ଦେବାକୁ ନନ୍ଦାହାଣ୍ଡି ତହସିଲଦାରଙ୍କୁ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ନୂତନ ତହସିଲଦାରଙ୍କ ଦାୟିତ୍ଵ ଗ୍ରହଣ କରିବା ଫଳରେ ସେହି କାର୍ଯ୍ୟ ବିଳମ୍ବ ହେଉଛି ।

ବେସରକାରୀ ଜମିରେ ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ ବହୁତ ଅସୁବିଧା ହେଉଛି । ସରକାରୀ ଜମି ଚିହ୍ନଟ କରି ସେହି ଜମିରେ ଯଥାଶୀଘ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅନ୍ୟପଟେ ତହସିଲଦାର ବନମାଳୀ ମେହେର ଏବଂ BDO ଶିବ ଶଙ୍କର ମୁର୍ମୁ ଏହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.