ETV Bharat / state

ଟୀକା କେନ୍ଦ୍ରରେ ଅସମ୍ଭାଳ ଭିଡ, ପୋଲିସ କଲା ମୃଦୁ ଲାଠି ଚଳାନ

author img

By

Published : Jul 30, 2021, 10:57 PM IST

Unruly crowds at the vaccination center, police use sticks
ଟୀକା କେନ୍ଦ୍ରରେ ଅସମ୍ଭାଳ ଭିଡ, ପୋଲିସ କଲା ମୃଦୁ ଲାଠି ଚଳାନ

କୋଭିଡ୍ ଟୀକା ନେବା ପାଇଁ ବାଣପୁରେ ହେଲା ଲୋକଙ୍କ ଅସମ୍ଭାଳ ଭିଡ । ପୋଲିସ କଲା ମୃଦୁ ଲାଠି ଚଳାନ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: କୋଭିଡ୍ ଟୀକା ନେବା ପାଇଁ ବାଣପୁରେ ହେଲା ଲୋକ ମାନଙ୍କର ଅସମ୍ଭାଳ ଭିଡ । ଭିଡ ରୋକିଵାକୁ ପୋଲିସ୍ କଲା ମୃଦୁ ଲାଠି ଚାଳନା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁ୍ରରେ ।

ଟୀକା କେନ୍ଦ୍ରରେ ଅସମ୍ଭାଳ ଭିଡ, ପୋଲିସ କଲା ମୃଦୁ ଲାଠି ଚଳାନ

ଜନସାଧାରଣଙ୍କୁ କୋଭିଡ୍ ଟୀକା ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ କ୍ରୁତିବାସ ଭଵନ ପରିସରରେ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା । ହେଲେ ଲୋକଙ୍କ ଅସମ୍ଭାଳ ଭିଡ ହେବାରୁ ଲୋକେ ବ୍ୟାରିକେଡ୍ କୁ ଭାଙ୍ଗି ଦେଇଥିଲେ । ପୂର୍ବରୁ ସେଠାରେ ଉପସ୍ଥିତ ଥିଵା ବାଣପୁର ପୋଲିସ ଭିଡକୁ ଆୟତ କରିବା ପାଇଁ ନେଇଥିଲା ତ୍ବରିତ ପଦକ୍ଷେପ । ମୃଦୁ ଲାଠି ଚାଳନା କରି ଭିଡକୁ ନିୟନ୍ତ୍ରଣ କରିଥିଲା ପୋଲିସ । ପୋଲିସ୍ ଆସିବା ଫଳରେ ଟୀକାକରଣ ହୋଇଥିଲା ସ୍ବାଭାବିକ । ଏପରିକି ଭିଡ ମଧ୍ୟରେ କେତେକ ମହିଳା ପଡି ଯିବାରୁ ମହିଳା ମାନଙ୍କୁ ପୋଲିସ୍ ଦେଇଥିଲା ସୁରକ୍ଷା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.