ETV Bharat / state

ପାୱାର କରିଡରକୁ ଘାରୁଛି କି ଭୟ ? ଘର ବାହାରେ ଅର୍ଚ୍ଚନାକୁ କିଏ ଦେଉଛି ଧମକ

author img

By ETV Bharat Odisha Team

Published : Dec 15, 2023, 4:47 PM IST

archana nag case
ଅର୍ଚ୍ଚନା ନାଗଙ୍କୁ ଧମକ ଅଭିଯୋଗ

Threatening to Archana: ଜେଲରୁ ମୁକୁଳିବା ପରେ ବାଟଘାଟରେ ଅର୍ଚ୍ଚନାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ସେପଟେ ଧମକ ଦେଉଥିବା ବ୍ୟକ୍ତିଙ୍କୁ ପାଲଟା ଜବାବ ଦେଉଛନ୍ତି ଅର୍ଚ୍ଚନା । ଅଧିକ ପଢନ୍ତୁ

ଅର୍ଚ୍ଚନା ନାଗଙ୍କୁ ଧମକ ଅଭିଯୋଗ

ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ । ହନିଟ୍ରାପ ମାମଲାରେ ଗିରଫ ହୋଇ ଜେଲରୁ ବାହାରିବା ପରେ ଏବେ ଅର୍ଚ୍ଚନାଙ୍କୁ ଧମକ ଆସୁଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଅର୍ଚ୍ଚନା । ପରୀକ୍ଷା ଦେବାକୁ ଆସିବାବେଳେ କଲେଜ ବାହାରେ ଆଉ ଘର ବାହାରେ କିଛି ଦୁର୍ବୃତ୍ତ ତାଙ୍କୁ ଖୁଲମଖୁଲା ଧମକ ଦେଉଥିବା ସେ କହିଛନ୍ତି । ମୁହଁ ନଖୋଲିବା ପାଇଁ ଧମକ ଦିଆଯାଉଛି । ଏନେଇ ନିଜ ଜୀବନ ପ୍ରତି ବିପଦ ଥିବା ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଯିଏ ଧମକ ଦେଉଛନ୍ତି ସେ ନିଜ ନିଜର କ୍ଷତି କରୁଛନ୍ତି । ମୁଁ ଡରିବା ଅପେକ୍ଷା ମରିବାକୁ ପସନ୍ଦ କରିବି । କାରଣ ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି । ତେଣୁ ବେଆଇନ ଷଡଯନ୍ତ୍ରରୁ ନିବୃତ ରୁହନ୍ତୁ ।"

ତେବେ ଅର୍ଚ୍ଚନାଙ୍କ ଏପରି ଧମକ ଚମକର ଅଭିଯୋଗ ଓ ଅର୍ଚ୍ଚନାଙ୍କ ପାଲଟା ଧମକ ଏବେ ଅନେକ କିଛି ପ୍ରସଙ୍ଗ ଆଡକୁ ଇସାରା କରିଛି । ପୂର୍ବରୁ ଅନେକ ନେତା ରାଜନେତା ଓ ହେବିଓ୍ବେଟଙ୍କ ସହ ତାଙ୍କର ଫଟୋ ଦେଖିବାକୁ ମିଳିଥିଲା । "ସେଭଳି କିଛି ପାଓ୍ବାର କରିଡରର ଲୁଚାଛପା ପ୍ରମାଣ ଅର୍ଚ୍ଚନାଙ୍କ ପାଖରେ ଅଛି କି ?"ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଜଣେ ପ୍ରଯୋଜକଙ୍କ କିଛି ଅଶ୍ଳୀଳ ଫଟୋକୁ ନେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଥିଲେ ଅର୍ଚ୍ଚନା ।

ଏହା ମଧ୍ୟ ପଢନ୍ତୁ...ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, କହିଲେ ମୁଁ ଜଣେ ଆଇନ ଛାତ୍ରୀ

ତେବେ ଅର୍ଚ୍ଚନାଙ୍କ ଜାମିନ ପରେ ବର୍ତ୍ତମାନ ପାୱାର କରିଡରରେ ଭୟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଅର୍ଚ୍ଚନା ଜେଲରୁ ବାହାରିବା ପରେ ଯେଭଳି ପୋଲ ଖୋଲିଦେବାର ଭୟ ଘାରୁଛି । ଦୀର୍ଘ ଦେଢ ବର୍ଷ କାଳ ବ୍ଲାକମେଲିଂ ମାମଲାରେ ଜେଲରେ ଦିନ କାଟିଛନ୍ତି ଅର୍ଚ୍ଚନା । ଏପରିକି ଇଡି ମଧ୍ୟ ଏହି ଘଟଣାର ତଦନ୍ତ କରି ଅନେକ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ପାଇଛି । ଏହାସହ ଅନେକ ରାଜନେତାଙ୍କ ସହ ତାଙ୍କର ଲିଙ୍କ ଥିବା ସାମ୍ନାକୁ ଆସିଥିଲା। ଗୋଟିଏ ପଟେ ନିର୍ବାଚନ ଥିବାବେଳେ ଅନ୍ୟପଟେ ଅର୍ଚ୍ଚନା ବାହାରକୁ ଆସିବା ପରେ ପ୍ରତିଶୋଧ ପରାୟଣ ହୋଇ କିଛି ଖୁଲାସା କରିବାର ଭୟ ଘାରୁଥିବା କୁହାଯାଉଛି । ତେବେ ଅର୍ଚ୍ଚନାଙ୍କ ଅଭିଯୋଗ ଯଦି ସତ ହୁଏ ତେବେ କିଏ ଏଭଳି ଧମକ ଦେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.