ETV Bharat / state

ଇଡି ପରେ ଆକ୍ଟିଭ ହୋଇଛି ସିବିଆଇ, ବିଜେପି ବିଜେଡି କଥା କଟାକଟି

author img

By

Published : Nov 20, 2022, 4:19 PM IST

ଇଡି ପରେ ଆକ୍ଟିଭ ହୋଇଛି ସିବିଆଇ, ବିଜେପି ବିଜେଡି କଥା କଟାକଟି
ଇଡି ପରେ ଆକ୍ଟିଭ ହୋଇଛି ସିବିଆଇ, ବିଜେପି ବିଜେଡି କଥା କଟାକଟି

ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆକ୍ଟିଭ ହୋଇଛନ୍ତି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇ । ତେବେ ଓଡ଼ିଶାରେ ବହୁ ପ୍ରସଙ୍ଗ ଅଛି ଓ ୨୦୨୩ ସୁଦ୍ଧା ସବୁର ପର୍ଦ୍ଦାଫାସ ଇଡି ଓ ସିବିଆଇ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସେପଟେ ED ଓ CBI କଣ ବିଜେପି ଦ୍ୱାରା ପରିଚାଳିତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍‌ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏହାପରେ ସି-ସୋର ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ମଧ୍ୟ ଆକ୍ଟିଭ ହୋଇଛି । ତେବେ ବିଭିନ୍ନ ମାମଲାରେ ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହସ୍ତକ୍ଷେପ କରି ତଦନ୍ତ ଜାରି ରଖିଥିବାବେଳେ, ଏହାକୁ ନେଇ ଆରମ୍ଭ ହୋଇଛି ବିଜେପି ଓ ବିଜେଡି ଭିତରେ ରାଜନୀତି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ବିଜେଡି ସାଂସଦ ମୁନ୍ନା ଖାନ୍‌ ।

ଇଡି ପରେ ଆକ୍ଟିଭ ହୋଇଛି ସିବିଆଇ, ବିଜେପି ବିଜେଡି କଥା କଟାକଟି

ଇଡି ଓ ସିବିଆଇ ଆକ୍ଟିଭ ହେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, "ଯେତେବେଳେ ଇଡି କିମ୍ବା ସିବିଆଇ(CBI) କେସ୍‌ ନିଏ ସେବେ ନିରପେକ୍ଷ ଭାବେ କାମ ହୁଏ । ସେଥିରେ କେହି ହସ୍ତକ୍ଷେପ କରନ୍ତି ନାହିଁ । ଅର୍ଚ୍ଚନା ଘଟଣାର ଚେର କେଉଁ ଯାଏଁ ଲମ୍ବିଛି ତଦନ୍ତ ପରେ ସବୁ ଜଣା ପଡିଯିବ । ଶାସକ ଦଳ ହେଉ ବିରୋଧୀ ଦଳ, ଯିଏ ଯେମିତି କର୍ମ କରିଥିବ ସେ ତାର ଫଳ ଭୋଗିବ । ସେହିଭଳି ଓଡ଼ିଶାରେ ଚିଟଫଣ୍ଡଠୁ ନେଇ ବହୁତ ବିଷୟ ରହିଛି । ଇଡି ଓ ସିବିଆଇ ସେମାନେ ତାଙ୍କ ପ୍ରୋସିଜିଅର ଅନୁଯାୟୀ କାମ କରୁଛନ୍ତି ।" ତେବେ ୨୦୨୩ ସୁଦ୍ଧା କଣ ହେଉଛି ଆପଣ ମାନେ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟାର ଜବାବ ରଖିଛି ବିଜେଡି । ବିଜେଡି ସାଂସଦ ମୁନ୍ନା ଖାନ୍‌ କହିଛନ୍ତି, "କେନ୍ଦ୍ରମନ୍ତ୍ରୀ ଏଭଳି କହିବା ଅର୍ଥହୀନ । ଇଡି ଓ ସିବିଆଇ କଣ ସେମାନଙ୍କ ଦ୍ୱାରା ପରିଚାଳିତ କି ? ସିବିଆଇ ଏକ ନିରପେକ୍ଷ ସଂସ୍ଥା ବୋଲି ସମସ୍ତେ ଜାଣନ୍ତି । ଯଦି ଇଡି ଓ ସିବିଆଇକୁ ସେମାନେ ପଠାଉଥିବେ ତାହା ଅଲଗା କଥା । କିନ୍ତୁ ଯଦି କେନ୍ଦ୍ରମନ୍ତ୍ରୀ କହୁଛନ୍ତି ଇଡି ଓ ସିବିଆଇ ତାଙ୍କର ତେବେ ଆମର କିଛି କହିବାର ନାହିଁ ।" ତେବେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆକ୍ଟିଭ ହେବାପରେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.