ETV Bharat / state

ଭୁବନେଶ୍ଵରରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ, ବିମାନବନ୍ଦରରେ ସ୍ୱାଗତ କଲା ବିଜେପି

author img

By

Published : Feb 16, 2023, 11:03 PM IST

ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିମାନ ବନ୍ଦରରେ ବିପୁଳ ସମ୍ବର୍ଦ୍ଧନା ଦେଲେ ଦଳୀୟ କର୍ମକର୍ତ୍ତା । ଆସନ୍ତାକାଲି ବେଜଟ ଆଲୋଚନା ଚକ୍ରରେ କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

Etv Bharatଭୁବନେଶ୍ଵରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିମାନବନ୍ଦରରେ ସ୍ବାଗତ କଲା ବିଜେପି
Etv Bharatଭୁବନେଶ୍ଵରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିମାନବନ୍ଦରରେ ସ୍ବାଗତ କଲା ବିଜେପି

ଭୁବନେଶ୍ବର: ଭୁବନେଶ୍ଵର ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି (ଗୁରୁବାର) ସଂଧ୍ୟାରେ ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ସ୍ବାଗତ କରିଛନ୍ତି । ପୋଷ୍ଟ ବଜେଟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଦିନିଆ ଭୁବନେଶ୍ବର ଗସ୍ତ କରିଛନ୍ତି ନିର୍ମଳା ସୀତାରମଣ । ଆସନ୍ତାକାଲି (ଶୁକ୍ରବାର) ଏକ ହୋଟେଲରେ ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହି ପୋଷ୍ଟ ବଜେଟ ଆଲୋଚନାଚକ୍ରରେ ସୀତାରମଣ ଅଂଶଗ୍ରହଣ କରିବେ । ଚଳିତ ବର୍ଷ କେନ୍ଦ୍ରୀୟ ବଜେଟକୁ ନେଇ ଏହି ଆଲୋଚନାଚକ୍ର ଆୟୋଜିତ ହେଉଛି । ସେହିପରି ଚଳିତ ବଜେଟରେ ଓଡିଶାକୁ ମିଳିଥିବା ରାଶି ସମ୍ପର୍କରେ ମଧ୍ୟ ଆଲୋଚନା ସୀତାରମଣ ଆଲୋଚନା କରିପାରନ୍ତି । କାର୍ଯ୍ୟକ୍ରମ ପରେ ସେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ପରେ ପରେ ସେ ଖୋର୍ଦ୍ଧା ଅରୁଗୁଳ ସ୍ଥିତ ଆଇଆଇଟି କ୍ୟାମ୍ପସ ଗସ୍ତ ମଧ୍ୟ କରିବେ । ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରଖାଯାଇଛି । ଆଜି ସଂଧ୍ୟାରେ ସୀତାରମଣ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ । ସୀତାରମଣଙ୍କ ଗସ୍ତ ପାଇଁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଯାଇଥିଲା ।

ଚଳିତଥର ନିର୍ମଳା ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରାୟ 45 ଲକ୍ଷ କୋଟି ବଜେଟରେ ବ୍ୟବବରାଦ ହୋଇଛି । ସେହିପରି ଏହା ହେଉଛି ମୋଦି ସରକାରର ଦ୍ବିତୀୟ ପାଳିର ଶେଷ ବଜେଟ । 2024 ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତିମ ବଜେଟ ହୋଇଥିବା କାରଣରୁ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା ।

ତେବେ ପ୍ରାୟ ସମସ୍ତ ବର୍ଗକୁ ଖସି କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଥିବା ବେଳେ ଆୟକର ଛାଡ ସୀମା ବୃଦ୍ଧି ଚଳିତ ବଜେଟକୁ ଆହୁରି ଚର୍ଚ୍ଚିତ କରିଛି । ପୂର୍ବରୁ ଆୟକର ଛାଡ ସୀମା 5ଲକ୍ଷ ଟଙ୍କା ଥିବା ବେଳେ ଚଳିତ ଥର ଏହାକୁ 7 ଲକ୍ଷ ଟଙ୍କା ବୃଦ୍ଧି କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଆସନ୍ତାକାଲି ଏହି ବଜେଟ ସମ୍ପର୍କିତ ଆଲୋଚନରେ ସୀତାରମଣ ଅଂଶଗ୍ରହଣ କରିବା ଓଡିଶାକୁ ମିଳିଥିବା ଅନୁଦାନ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିବେ । ବଜେଟର ରୁପରେଖ ଓ ଭାରତୀୟ ଅର୍ତବ୍ୟବସ୍ଥାରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.