ETV Bharat / state

ବିନା ଟେଣ୍ଡରରେ ଠିକା ସଂସ୍ଥାକୁ ପାହାଡ ଖନନ ଅନୁମତି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

author img

By

Published : Jun 3, 2021, 10:02 PM IST

ବିନା ଟେଣ୍ଡରରେ ଠିକା ସଂସ୍ଥାକୁ ପାହାଡ ଖନନ ଅନୁମତି, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ସ୍ଥାନୀୟ ଗ୍ରାମବାସୀ
ବିନା ଟେଣ୍ଡରରେ ଠିକା ସଂସ୍ଥାକୁ ପାହାଡ ଖନନ ଅନୁମତି, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ସ୍ଥାନୀୟ ଗ୍ରାମବାସୀ

ଖୋର୍ଦ୍ଧା ବେଗୁନିଆ ବ୍ଳକ ଅନ୍ତର୍ଗତ ପରିଚ୍ଛଳ ମୌଜା ପାହଡ ଖନନ ନେଇ ଏକ ଠିକା ସଂସ୍ଥାକୁୁ ଅହେତୁକ ଅନୁମତି ମିଳିଥିବା ଅଭିଯୋଗ । ଚାଷ ଜମି ନଷ୍ଟ ହେବା ଆଶଙ୍କା କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ଥାନୀୟ ଗ୍ରାମବାସୀ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ବେଗୁନିଆ ବ୍ଳକ ଅନ୍ତର୍ଗତ ପରିଚ୍ଛଳ ମୌଜା ଖାତା ନଂ.୩୭୩, ପ୍ଲଟ ନଂ.୧୫୧୨ , ୧୫୧୪ ଓ ୧୫୨୦ରେ ଘୋଡାଡିହ ପାହାଡ଼ ଅବସ୍ଥିତ । ଉକ୍ତ ପାହାଡ଼ରୁ ପଥର ଖନନ ନିମନ୍ତେ ବେଗୁନିଆ ତହସିଲଦାର ମା ବଘେଇ କନଷ୍ଟ୍ରକସନ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ଅନୁମତି ନିଷ୍ପତ୍ତିକୁ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀ ଦାବିପତ୍ର ଦେଇଥିବା ଜଣାପଡିଛି ।

ବିନା ଟେଣ୍ଡରରେ ଠିକା ସଂସ୍ଥାକୁ ପାହାଡ ଖନନ ଅନୁମତି, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ସ୍ଥାନୀୟ ଗ୍ରାମବାସୀ

ମିଳିଥିବା ସୂଚନା ଅନୁସାରେ ମା ବଘେଇ କନଷ୍ଟ୍ରକସନ ନାମକ ଏକ ଘରୋଇ ଠିକା ସଂସ୍ଥାକୁ ସ୍ଵଳ୍ପ ମିଆଦି ଚୁକ୍ତି ଭିତ୍ତିରେ ଆବେଦନକୁ ଗ୍ରହଣ କରି ଅନୁମତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ପ୍ରଶାସନ । ଏହାକୁ ବିରୋଧ କରି ପାହାଡ଼ ଚାରିକଡ଼ରେ ବସବାସ କରୁଥିବା ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ପାହାଡ଼କୁ ରାସ୍ତା ନଥିବାବେଳେ ତହସିଲଦାର ବିନା କୌଣସି ଗ୍ରାମସଭା ଓ ସ୍ଥାନୀୟ ଚାଷଜମିର ମାଲିକମାନଙ୍କ ବିନା ଅନୁମତିରେ ପାହାଡ ଖନନ ପାଇଁ କିପରି ଉକ୍ତ ସଂସ୍ଥାର ପତ୍ରକୁ ଗ୍ରହଣ କରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ପାହାଡ଼ଟି ଗୟାବନ୍ଧ, ଡମଣଭୂଇଁ ,ପରିଛଳ, ଜାମୁସାହି ମୌଜା ଅଧୀନରେ ଆସୁଥିବାବେଳେ ସେହି ପାହାଡକୁ ଘେରି ଅନେକ ଚାଷଜମି ରହିଛି ଏବଂ ତାହା ଉପରେ ଅନେକଙ୍କ ଜୀବନ ଜିବୀକା ନିର୍ଭର କରେ । ପାହାଡ଼ ଖନନ କରାଗଲେ ଚାଷ ଜମି କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛନ୍ତି ଚାଷୀ । ସେହିପରି ପାହାଡ଼କୁ ଟେଣ୍ଡର ମାଧ୍ୟମରେ ନିଲାମ କରିବାକୁ ଆଜି ଜିଲାପାଳଙ୍କୁ ଦାବି ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.