ETV Bharat / state

ରାଜଧାନୀରୁ ୨ ଲୁଟେରା ଗିରଫ: ATMରେ ଛକୁଥିଲେ, ମୌକା ଦେଖି ଲୁଟୁଥିଲେ

author img

By

Published : Jan 17, 2023, 4:22 PM IST

ଏଟିଏମ ଲୁଟେରା ଗିରଫ
ଏଟିଏମ ଲୁଟେରା ଗିରଫ

କମିଶନରେଟ ପୋଲିସ କବ୍‌ଜାରେ ଦୁଇ ଏଟିଏମ୍ ଲୁଟେରା । କୌଶଳକ୍ରମେ ଲୋକଙ୍କ ଏଟିଏମ ଚୋରାଇ ଟଙ୍କା ଲୁଟୁଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

ଏଟିଏମ ଲୁଟେରା ଗିରଫ


ଭୁବନେଶ୍ବର: ATM ଲୁଟ୍‌ର ନୂଆ ତରିକା । ଏଣିକି ଆପଣଙ୍କର ଓଟିପି କିମ୍ବା ପିନ୍ ନମ୍ବର‌ ନୁହେଁ ନୂଆ ଉପାୟରେ ATMରୁ ଟଙ୍କା ଲୁଟୁଛନ୍ତି ଲୁଟେରା । ତାହା ପୁଣି ଆପଣଙ୍କର ଆଖି ସାମ୍ନାରେ । ଲୋକଙ୍କୁ ଚକମା ଦେଖାଇ ତାଙ୍କ ଠାରୁ ATM କାର୍ଡ ଓ ପାସୱାର୍ଡ ନେଇଯାଉଛନ୍ତି । କମିସନରେଟ ପୋଲିସ ହାତରେ ଧରାପଡିଥିବା ଦୁଇ ଲୁଟେରାଙ୍କଠୁ ଏମିତି କିଛି ତଥ୍ୟ ଜଣାପଡିଛି । ଗିରଫ ଦୁଇ ଲୁଟେରା‌ ହେଲେ ଗଞ୍ଜାମର ଗୋବର୍ଦ୍ଧନ ପାତ୍ର ଓ ମନୋଜ କୁମାର ସାହୁ । ସେମାନଙ୍କ ନିକଟରୁ ୫ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୫୦ ଗ୍ରାମର ସୁନା ଓ ସ୍କୁଟି ସହ ୧୮ଟି ଏଟିଏମ୍ କାର୍ଡ ଜବତ କରାଯାଇଛି ।


ପୋଲିସ କହିବାନୁସାରେ, ଗତ କିଛି ଦିନ ହେବ ରାଜଧାନୀରେ ଏଟିଏମ୍ କାର୍ଡରୁ ଲୁଟ୍ ନେଇ ଅନେକ ଅଭିଯୋଗ ଆସିଥିଲା । ଲୁଟ୍ ହେଉଥିବା ଏଟିଏମକୁ ସୁନା ଦୋକାନରେ ବ୍ୟବହାର କରାଯାଇ ଲକ୍ଷାଧିକ ଟଙ୍କାର ଅଳଙ୍କାର କିଣାଯାଉଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା । ଏହି ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଛାନଭିନ୍ କରି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ, ଗିରଫ ଲୁଟେରାମାନେ ଏଟିଏମ୍ କାଉଣ୍ଟରରେ ଛକି ବୁଲନ୍ତି । ଟଙ୍କା ଉଠାଣ ପାଇଁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରନ୍ତି । ଟଙ୍କା ଉଠାଣ ସମୟରେ ଦୁହେଁ ଲୋକମାନଙ୍କ ପିନ୍ ନମ୍ବର ଲୁଚି ଦେଖିନ୍ତି । ଏହାପରେ ଯଦି ଟଙ୍କା ଉଠାଇବାରେ କିଛି ସମସ୍ୟା ହୁଏ ତେବେ ସାହାଯ୍ୟ ଆଳରେ ଲୋକଙ୍କୁ ଏହି ସୁଇଚ ଟିପନ୍ତୁ ବା ଏହା କରନ୍ତୁ ଏମିତି ଅନେକ କଥା କହି ଧ୍ୟାନ ହଟାନ୍ତି । ପରେ ମଉକା ଦେଖି ଲୋକଙ୍କ ଠାରୁ ତାଙ୍କର ଏଟିଏମକୁ ଚତୁରତାର ସହ ଚୋରାଇ ନିଜ ପାଖରେ ଥିବା ନକଲି ଏଟିଏମ୍ କାର୍ଡ ଧରାଇ ଦିଅନ୍ତି । ଏହାପରେ ସେମାନେ ସେହି ଲୋକର ଏଟିଏମ୍ ଓ ପିନ୍ କୋର୍ଡ ଜରିଆରେ ସୁନା ଦୋକାନକୁ ଯାଇ ଗହଣା କିଣିଥାନ୍ତି ।

ଏହିପରି ଭାବେ ଦୁହେଁ ଏଟିଏମରୁ ସବୁ ଟଙ୍କା ଖାଲି କରିଦିଅନ୍ତି । ଏହି ଢଙ୍ଗରେ ଦୁଇ ଲୁଟେରା ଗୋବର୍ଦ୍ଧନ ଓ ମନୋଜ ଲକ୍ଷ୍ମୀସଗର ଅଞ୍ଚଳର ଜଣେ ମହିଳାଙ୍କର ୧୧ ଲକ୍ଷ ୧୩ ହଜାର ଟଙ୍କା, ଜଣେ ବ୍ୟବସାୟୀଙ୍କର ୨ ଲକ୍ଷ ଓ ନନ୍ଦନକାନନ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ୧ ଲକ୍ଷ ୮୦ ଟଙ୍କା ଲୁଟ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ୫ ଲକ୍ଷ ୫୦ ହଜାର ନଗଦ ଟଙ୍କା ଓ ୫୦ ଗ୍ରାମର ସୁନା ଓ ସ୍କୁଟି ସହ ୧୮ଟି ଏଟିଏମ୍ କାର୍ଡ ଜବତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.