ETV Bharat / state

10 ଲକ୍ଷର ବ୍ରାଉନସୁଗାର ଜବତ, 2 ଗରିଫ

author img

By

Published : Jun 7, 2022, 9:24 AM IST

10 ଲକ୍ଷର ବ୍ରାଉନସୁଗାର ଜବତ
10 ଲକ୍ଷର ବ୍ରାଉନସୁଗାର ଜବତ

ମାତିଛନ୍ତି ବ୍ରାଉନସୁଗାର ବେପାରୀ । ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲିଟିଛି ଖୋର୍ଦ୍ଧା । ବେପାର ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ମାତିଛନ୍ତି ବ୍ରାଉନସୁଗାର ବେପାରୀ । ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲିଟିଛି ଖୋର୍ଦ୍ଧା । ବେପାର ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧାରୁ ପୁଣି 10ଲକ୍ଷ ଟାଙ୍କାର ବ୍ରାଉନସୁଗାର ଓ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ । ଏହା ସହ 2ଜଣଙ୍କୁ ଗିରଫ କରିଛି ଆଦର୍ଶ ଥାନା ପୋଲିସ । ସୂଚନା ଅନୁସାରେ, ସହରର ଫରେଷ୍ଟ କଲୋନୀ ସମ୍ମୁଖରେ ବ୍ରାଉନସୁଗାର କାରବାର ହେଉଥିବା ଆଦର୍ଶ ଥାନା ପୋଲିସ ଖବର ପାଇଥିଲା ।

10 ଲକ୍ଷର ବ୍ରାଉନସୁଗାର ଜବତ

ଏହାପରେ ଅଚନାନକ ଚଢାଉ କରିଥିଲା ଚଢ଼ାଉରେ 100ଗ୍ରାମ ବ୍ରାଉନସୁଗାର, ନଗଦ 1 ଲକ୍ଷ 62ହଜାର ଟଙ୍କା ଓ ଗୋଟିଏ ପଲସର ମଟର ସାଇକେଲ ଜବତ କରିଛି । ବ୍ୟବସାୟରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଫରେଷ୍ଟ କଲୋନୀ ଅଞ୍ଚଳର ଦେବବ୍ରତ ମିଶ୍ର ଓ ଗୁରୁଜଙ୍ଗ ଅଞ୍ଚଳରେ ଅମରେଶ ନାୟକ । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ।

ଖୋର୍ଦ୍ଧା ପୋଲିସ ବାରମ୍ବାର ବ୍ରାଉନସୁଗାର ବେପାରୀଙ୍କୁ କାବୁ କରୁଛି ତଥାପି ଏ କାରବାର ବନ୍ଦ ହେଉନାହିଁ । ମଇ 24 ତାରିଖରେ ବ୍ରାଉନସୁଗାର ବେପାରରେ ସ୍ବାମୀ ଓ ସ୍ତ୍ରୀଙ୍କୁ କାବୁ କରିଥିଲା ପୋଲିସ । 310 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୋଲିସ । ଯାହାର ଆନୁମାନିକ ମୂଲ୍ୟ 31ଲକ୍ଷ ହୋଇଥିଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.