ETV Bharat / state

ଠାକୁରପଡା ହତ୍ୟାକାଣ୍ଡ ଘଟଣା, 3 ଗିରଫ

author img

By

Published : Jun 16, 2021, 4:16 PM IST

ଠାକୁରପଡା ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ
ଠାକୁରପଡା ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଠାକୁରପଡା ଗ୍ରାମରେ ମଙ୍ଗଳବାର ରାତିରେ ଉମାକାନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଥିଲା । ବୁଧବାର ଏହି ଘଟଣାରେ ଆଦର୍ଶ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ତିନି ଜଣଙ୍କୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଠାକୁରପଡା ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଠାକୁରପଡା ଗ୍ରାମରେ ମଙ୍ଗଳବାର ରାତିରେ ଉମାକାନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଥିଲା । ବୁଧବାର ଏହି ଘଟଣାରେ ଆଦର୍ଶ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ତିନି ଜଣଙ୍କୁ ଗିରଫ କରିଛନ୍ତି ।

ଠାକୁରପଡା ହତ୍ୟାକାଣ୍ଡ ଘଟଣାରେ ତିନି ଗିରଫ

ଅଭିଯୁକ୍ତମାନେ ଉକ୍ତ ଗ୍ରାମର ଅମୂଲ୍ୟ ସାହୁ, ମା ସୁଲୋଚନା ସାହୁ ଏବଂ ଭଉଣୀ ମମତା ସାହୁ । ସେହିପରି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କଟୁରି, ଲୁହା ପାଇପ ଏବଂ ଠେଙ୍ଗା ଜବତ କରିଛି ପୋଲିସ ।

ପ୍ରେମ ଜନିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି ।

ସେହିଭଳି ଏହି ଘଟଣାରେ ଅନ୍ୟଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ରେଡ଼ କରୁଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର, ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.