ETV Bharat / state

ଖୋର୍ଦ୍ଧାରୁ 110 ଲିଟର ଦେଶୀ ମଦ ଜବତ, 3 ଗିରଫ

author img

By

Published : Apr 19, 2021, 4:46 PM IST

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ତିନି ଗିରଫ
ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ତିନି ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି 110 ଲିଟର ଦେଶୀ ମଦ ଓ ଗୋଟିଏ ସ୍କୁଟି ଜବତ । 3 ଗିରଫ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରା ଦେଶୀ ମଦ କାରବାର । ଏହି କାରବାର ଉପରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଖୋର୍ଦ୍ଧା ନିକଟସ୍ଥ ହଳଦିଆ, ବଘେଇଟାଙ୍ଗି ଓ ଗୁରୁଜଙ୍ଗ ଅଞ୍ଚଳରେ ଚଢ଼ାଉ କରି 110 ଲିଟର ଦେଶୀ ମଦ ଓ ଗୋଟିଏ ସ୍କୁଟି ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ 3 ଜଣଙ୍କୁ ଗିରଫ କରିଛି ।

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ତିନି ଗିରଫ

ଗିରଫ ଅଭିଯୁକ୍ତ ମାନେ ହେଲେ ହଳଦିଆର ଟୁକୁନା ବଢ଼େଇ, ବଘେଇଟାଙ୍ଗିର ପ୍ରଫୁଲ ସ୍ୱାଇଁ ଏବଂ ଗୁରୁଜଙ୍ଗର ମନୋଜ ସାହୁ ବୋଲି ଅବକାରୀ ନିରୀକ୍ଷକ ଭୈରବ ସାହୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.