ETV Bharat / state

ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ

author img

By ETV Bharat Odisha Team

Published : Sep 18, 2023, 7:40 PM IST

ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ
ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ

ଗଣେଶ ପୂଜାରେ ସବୁଆଡେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସୁଛି 3ଟି ଓଡ଼ିଆ ଫିଲ୍ମ। ଯାହା ଓଡ଼ିସାବାସୀଙ୍କ ଏହି ଉତ୍ସବକୁ ଦ୍ବିଗୁଣିତ କରିବ। ତେବେ ନଜର ପକାନ୍ତୁ ଫିଲ୍ମ ଗୁଡିକ ଉପରେ

ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ

ଭୁବନେଶ୍ବର: ଏଥର ଓଡ଼ିଶାରେ ଜମିବ ଗଣେଶ ପୂଜାର ଆସର। ଦର୍ଶକଙ୍କୁ ପୂଜା ଉତ୍ସବକୁ ଦ୍ବିଗୁଣିତ କରିବାକୁ ପରଦାକୁ ଆସୁଛି ଓଡ଼ିଆ ସିନେମା । ପୂଜାର ମଜା ନେବା ସହ ୪ ଓଡ଼ିଆ ସିନେମା ଦେଖିବାକୁ ପାଇବେ ସିନେପ୍ରେମୀ । ଗତକାଲି(ସେପ୍ଟେମ୍ବର 17)ରେ ନାରୀ କେନ୍ଦ୍ରୀୟ ଓଡ଼ିଆ ସିନେମା 'କସ୍ତୁରୀ' ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ପରଦାକୁ ଆସିବାକୁ ଯାଉଛି ୩ ଓଡ଼ିଆ ଫିଲ୍ମ । ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ଭଳି ତାରକା ବଡ ପରଦାରେ ନଜର ଆସିବେ।

ଗଣେଶ ପୂଜାରେ ପରଦାକୁ ଆସିବାକୁ ଯାଉଛି ୩ ଓଡ଼ିଆ ଚଳଚ୍ଚିତ୍ର। ଗଣେଶ ପୂଜାରେ ଅର୍ଥାତ୍ ଆସନ୍ତାକାଲି ମୁକ୍ତିଲାଭ କରିବ ପୁଷ୍କରା । ୨୨ ତାରିଖରେ ପ୍ରତିଶୋଧ ଓ ଶଙ୍କର ମୁକ୍ତିଲାଭ କରିବ। ଏଥର ପୂଜାରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ଭଳି ତାରକା ପରଦାରେ ଦେଖାଇବେ ଜଲୱା । ଅଭିନେତା ସବ୍ୟସାଚୀ ମିଶ୍ରଙ୍କ 'ପୁଷ୍କରା', ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ 'ପ୍ରତିଶୋଧ' ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଶଙ୍କର ରିଲିଜ ହେବ।

ପୁଷ୍କରା

ଦୀର୍ଘ 2 ବର୍ଷ ପରେ ଅଭିନେତା ସବ୍ୟସାଚୀ ମିଶ୍ର ପୁଷ୍କରା ସହ ପରଦାକୁ ଫେରୁଛନ୍ତି । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ ହୋଇଛି । ଏଥିରେ ପୁରୀର ଜାଗାଘର ସାହିଯାତ ଓ ଡଙ୍ଗା ଭସା ଭଳି ଅନେକ ପରମ୍ପରା ଦେଖାଯାଇଥିବା ବେଳେ ପୁରୀରେ କାହାଣୀର ଅନେକ ସିନ୍ ସୁଟ ହୋଇଛି । ସିନେମାକୁ ନେଇ ପ୍ରତିକିୟା ଦେଇ ସବ୍ୟସାଚୀ କହିଛନ୍ତି ଯେ, ଏହି ସିନେମା ସମ୍ପୂର୍ଣ୍ଣ ନିଆରା ଯେଉଁଥିରେ ଇତିହାସ ଲୁଚିକି ରହିଛି। ମଶାଣିରେ ରହୁଥିବା ଏକ ଭିନ୍ନ ଚରିତ୍ର ଯିଏ ମୃତବ୍ୟକ୍ତିର ଘରେ ପୁଷ୍କରା ଲାଗିଲେ ବ୍ରାହ୍ମଣଙ୍କ ସାଥିରେ ଘରକୁ ଯାଏ। ତେବେ କ'ଣ ଏହି ପରମ୍ପରା ଏଥିରେ କେତେ ସତ୍ୟତା ଅଛି ତାହା ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି। ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ସୁପ୍ରିୟା ନାୟକ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିବେ ।

ପ୍ରତିଶୋଧ

ସେହିପରି ୨୨ ତାରିଖରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ 'ପ୍ରତିଶୋଧ' ରିଲିଜ ହେବ । ଏଥିରେ ନାରୀର ଅଦମ୍ୟ ସାହସ ଓ ମନୋବଳକୁ ଦର୍ଶାଯାଇଛି । ଆଉ ପ୍ରତିଶୋଧର ନିଆଁରେ କିଭଳି ନାରୀ ଟିଏ ସମସ୍ତଙ୍କୁ ଜାଳୁଛି ତାହା ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆକ୍ସନ ସିନ୍‌ କରୁଥିବା ନଜର ଆସିବେ ଏଲିନା ।

ଶଙ୍କର

ସେହିପରି ୨୨ ତାରିଖରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ 'ଶଙ୍କର' ମୁକ୍ତିଲାଭ କରିବ । ଏସ. ଡି. ଫିଲ୍ମସ ବ୍ୟାନରରେ ନିର୍ମିତ ହେଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର "ଏକ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରା ଭିନ୍ନ ସ୍ୱାଦର କାହାଣୀ । ସିଦ୍ଧାନ୍ତ ମହାପାତ୍ର ସାବତ ପୁଅର ଭୂମିକାରେ ଅଭିନୟ କରି ଚଳଚ୍ଚିତ୍ରର କାହାଣୀକୁ ବେଶ ଗତିଶୀଳ କରିଥିବାବେଳେ, ଦେବା ଓ ଦିବ୍ୟାଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଦେବା କାହାଣୀର ସିଦ୍ଧାନ୍ତ ମହାପାତ୍ରଙ୍କ ସାନ ଭାଇଙ୍କ ଚରିତ୍ରରେ ଅଭିନୟ କରିଥିବାବେଳେ ଦିବ୍ୟା ଏକ ସ୍କୁଲ ଶିକ୍ଷୟତ୍ରୀ ଭାବେ ନଜର ଆସିବେ। ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ସାହୁ ଥିବା ବେଳେ, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏନ. ପାଢ଼ୀ । ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।

କସ୍ତୁରୀ

ଗତକାଲି(ସେପ୍ଟେମ୍ବର 17)ରେ ନାରୀ କେନ୍ଦ୍ରୀୟ ଓଡ଼ିଆ ସିନେମା 'କସ୍ତୁରୀ' ରିଲିଜ ହୋଇଛି । ବାପା ଝିଅର ପବିତ୍ର ସମ୍ପକକୁ ନେଇ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ଅଭିନେତା ଦୁଷ୍ମନ୍ତ ଓ ଅଭିନେତ୍ରୀ କୁକିଜ୍‌ଙ୍କୁ ଏଥିରେ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ଜନ୍ମାଷ୍ଟମୀରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ ଜବାନର କ୍ରେଜ୍‌ କମିନଥିବା ବେଳେ ରିଲିଜ ହେଉଛି ଏହି ଓଡ଼ିଆ ସିନେମା । ତେବେ ଓଡ଼ିଆ ଫିଲ୍ମଗୁଡ଼ିକ କେତେ ଧମାଲ କରୁଛି ଏବଂ କାହା ସିନେମା ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିପାରୁଛି । ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.