ETV Bharat / state

ଖୋର୍ଦ୍ଧାରେ କୋରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

author img

By

Published : Jul 21, 2020, 3:34 AM IST

Updated : Jul 21, 2020, 10:01 AM IST

ସମୀକ୍ଷା ବୈଠକରେ ଜିଲ୍ଲାର ଜାମୁଝରି ଓ ଜଟଣୀରେ ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲରେ ଥିବା ସମସ୍ୟାର ସମୀକ୍ଷା କରିବା ସହ ଗ୍ରାମାଞ୍ଚଳରେ ପ୍ରବାସୀଙ୍କ ପାଇଁ ହୋଇଥିବା ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ଠିକରେ ଖାଦ୍ୟ ମିଳୁଛି କି ନା ତାହାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ the-central-revenue-commissioner-reviewed-the-corona-situation-in-khordhaକୋରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ
ଖୋର୍ଦ୍ଧାରେ କୋରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ଜିଲ୍ଲାରେ ଚଉଦ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଲାଗି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ ସୋମବାର ଖୋର୍ଦ୍ଧା ଗସ୍ତରେ ଆସି ଜିଲ୍ଳାପାଳଙ୍କ ସମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି ।

ଖୋର୍ଦ୍ଧାରେ କୋରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଏହି ସମୀକ୍ଷା ବୈଠକରେ ଜିଲ୍ଲାର ଜାମୁଝରି ଓ ଜଟଣୀରେ ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲରେ ଥିବା ସମସ୍ୟାର ସମୀକ୍ଷା କରିବା ସହ ଗ୍ରାମାଞ୍ଚଳରେ ପ୍ରବାସୀଙ୍କ ପାଇଁ ହୋଇଥିବା ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ଠିକରେ ଖାଦ୍ୟ ମିଳୁଛି କି ନା ତାହାର ସମୀକ୍ଷା କରିଛନ୍ତି । ସେହିପରି ଅନ୍ୟରାଜ୍ୟରୁ ଫେରିଥିବା ପ୍ରବାସୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାପାଇଁ ପକ୍ରିୟା ଜାରି ରହିଥିବା ରାଜସ୍ବ ଆୟୁକ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Jul 21, 2020, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.