ETV Bharat / state

କାଶତଣ୍ଡୀ ଫୁଲେ ଫୁଲେ ଆସିଛି ଆଶ୍ବିନ

author img

By

Published : Sep 13, 2019, 11:45 PM IST

Updated : Sep 14, 2019, 7:36 PM IST

କାଶତଣ୍ଡୀ ଫୁଲେ ଫୁଲେ ଆସିଛି ଆଶ୍ବିନ

ଶରତ ଋତୁର ଆଗମନରେ ଗ୍ରାମାଞ୍ଚଳର ବିଲବାଡିରେ ଦେଖିବାକୁ ମିଳିଥାଏ କାଶତଣ୍ଡୀ ଫୁଲର ସମ୍ଭାର । ସତେ ଜେମିତି ମା ଦୁର୍ଗାଙ୍କୁ ସ୍ବାଗତ କରିବାକୁ ଚାମର ହଲାଉଛନ୍ତି ସେମାନେ ।

ଖୋର୍ଦ୍ଧା: ଋତୁଚକ୍ର ପରିବର୍ତ୍ତନର ତାଳେ ତାଳେ ବଦଳିଥାଏ ପ୍ରକୃତିକ ଚିତ୍ର । ଆଉ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ । ଆସି ଯାଇଛି ପାର୍ବଣ ଋତୁ । ଦିନ କେଇଟା ପରେ ଶାରଦୀୟ ଦୁର୍ଗା ପୁଜା, ଆଉ ମା’ଙ୍କୁ ସତେ ଯେପରି ଚାମର ହଲାଇ ଡାକୁଛି କାଶତଣ୍ଡୀ ଫୁଲ ।

କାଶତଣ୍ଡୀ ଫୁଲେ ଫୁଲେ ଆସିଛି ଆଶ୍ବିନ

ଶରତ ଋତୁର ଆଗମନରେ ଗ୍ରାମାଞ୍ଚଳର ବିଲବାଡିରେ ଦେଖିବାକୁ ମିଳିଥାଏ କାଶତଣ୍ଡୀ ଫୁଲର ସମ୍ଭାର । ସକାଳର ସୁଲୁସୁଲିଆ ପବନରେ ଦୋହଲୁଥିବା ଏହି ଫୁଲ ସତେଯେପରି ସମୁଦ୍ର ଲହଡ଼ି ସଦୃଶ ପ୍ରତୀୟମାନ ହୋଇ ପ୍ରକୃତି ରାଣୀର ସୌନ୍ଦଯ୍ୟ ଶୋଭା ବହନ କରୁଛି । ତାର ବାସ୍ନା ନାହିଁ ସତ ହେଲେ ତାର ଶୁଭ୍ର ରୁପ ଚହଲାଇ ଦିଏ ତନମନକୁ । ଧଳାରଙ୍ଗର ଏହି କାଶତଣ୍ଡୀ ଫୁଲର ସମ୍ଭାର ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ରାସ୍ତାରେ ଗଲାବେଳେ କାଶତଣ୍ଡୀ ଫୁଲକୁ ଦେଖି ଯେ କେହି ଆନମନା ହେବା ସହ ସେଲ୍‌ଫି ନେବାର ମଜା ଉଠାଇଥାନ୍ତି ।

ପାର୍ବଣ ଋତୁରେ ମହିଶାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଆବିର୍ଭାବ ପୂର୍ବରୁ ଶାନ୍ତିର ପ୍ରତୀକ ଭାବେ ଏହି କାଶତଣ୍ଡୀ ଫୁଲ ଧରାପୃଷ୍ଟରେ ମା’ଙ୍କୁ ସ୍ବାଗତ ଜଣାଇବା ଲାଗି ପ୍ରଷ୍ଫୁଟିତ ହୋଇଥାଏ । ମା ଙ୍କ ମେଲାଣି ପରେ କାଶତଣ୍ଡୀ ଫୁଲ ଦୁଖଃ ରେ ମୌଳିଯାଏ ବୋଲି ପୌରାଣିକ ମତ ରହିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମାଙ୍କ ସ୍ୱଗତ ପାଇଁ କାସତାଣ୍ଡିର ସମ୍ଭାର

Body:ଖୋର୍ଦ୍ଧା : ଋତୁଚକ୍ର ପରିବର୍ତ୍ତନର ତାଳେ ତାଳେ ବଦଳିଥାଏ ପ୍ରକୃତିକ ଚିତ୍ର । ଆଉ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ । ଏବେ ଚାଲିଛି ପାର୍ବଣ ଋତୁ । ଦିନ କେଇଟା ପରେ ଶାରଦୀୟ ଦୁର୍ଗା ପୁଜା , ମା ଙ୍କୁ ସ୍ୱାଗତ କରିବା ଲାଗି ସତେ ଯେପରି ଚାମର ହଲାଇ ଡାକୁଛି କାଶତଣ୍ଡୀ ଫୁଲ । ଶରତ ଋତୁର ଆଗମନରେ ଗ୍ରାମାଞ୍ଚଳର ବିଲବାଡିରେ ଦେଖିବାକୁ ମିଳିଥାଏ କାଶତଣ୍ଡୀ ଫୁଲର ସମ୍ଭାର । ସକାଳର ସୁଲୁସୁଲିଆ ପବନରେ ଦୋହଲୁଥିବା ଏହି ଫୁଲ ସତେଯେପରି ସମୁଦ୍ର ଲହଡ଼ି ସଦୃଶ ପ୍ରତୀୟମାନ ହୋଇ ପ୍ରକୃତି ରାଣିର ସୌନ୍ଦଯ୍ୟ ଶୋଭା ବହନ କରୁଛି । ତାର ବାସ୍ନା ନାହିଁ ସତ ହେଲେ ତାର ଶୁଭ୍ର ରୁପ ଚହଲାଇ ଦିଏ ତନୁ ମନକୁ ଧଳାରଙ୍ଗର ଏହି କାଶତଣ୍ଡୀ ଫୁଲର ସମ୍ଭାର ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ରାସ୍ତାରେ ଗଲାବେଳେ କାଶତଣ୍ଡୀ ଫୁଲକୁ ଦେଖି ଯେ କେହି ଆନମନା ହେବା ସହ ସେଲ୍‌ଫି ନେବାର ମଜା ଉଠାଇଥାନ୍ତି । ପାର୍ବଣ ଋତୁରେ ମହିଂସାମର୍ଦ୍ଦିନି ମା’ ଦୁର୍ଗାଙ୍କ ଆବିର୍ଭାବ ପୂର୍ବରୁ ଶାନ୍ତିର ପ୍ରତୀକ ଭାବେ ଏହି କାଶତଣ୍ଡୀ ଫୁଲ ଧରାପୃଷ୍ଟ ମା’ଙ୍କୁ ସ୍ବାଗତ ଜଣାଇବା ଲାଗି ପ୍ରଷ୍ଫୁଟିତ ହୋଇଥାଏ. ମା ଙ୍କ ମେଲାଣି ପରେ କାଶତଣ୍ଡୀ ଫୁଲ ଦୁଖଃ ରେ ମୌଳିଯାଏ ବୋଲି ପୌରାଣିକ ମତ ରହିଛି ।

Conclusion:ବାଇଟ - ରାଜକିଶୋର ପାଣିଗ୍ରାହୀ ,କବି ଓ ପକୃତି ପ୍ରେମୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated :Sep 14, 2019, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.