ETV Bharat / state

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଜୁଆଡି ଗିରଫ

author img

By

Published : Nov 1, 2020, 8:53 PM IST

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ କୁମାର ପୂର୍ଣ୍ଣିମାରେ ଜୁଆ ଆଡ୍ଡା ଉପରେ ଚଢାଉ କଲା ପୋଲିସ । 4 ଜୁଆଡି ଗିରଫ କରିବା ସହ ମଟର ସାଇକେଲ ଏବଂ ନଗଦ ଟଙ୍କା ଜବତ କରିଛି ପୋଲିସ ।

ଜୁଆ ଆଡ୍ଡା ଉପରେ ଚଢ଼ାଉ ୪ ଜୁଆଡି ଗିରଫ
ଜୁଆ ଆଡ୍ଡା ଉପରେ ଚଢ଼ାଉ ୪ ଜୁଆଡି ଗିରଫ

ଖୋର୍ଦ୍ଧା: ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଜୁଆଡି ଗିରଫ । ଏହାସହ ପୋଲିସ ମଟର ସାଇକେଲ ଓ ନଗଦ ଟଙ୍କା ଜବତ କରିଛି । ଏ ନେଇ ଟାଙ୍ଗୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଜୁଆ ଆଡ୍ଡା ଉପରେ ଚଢ଼ାଉ ୪ ଜୁଆଡି ଗିରଫ

କୁମାର ଉତ୍ସବକୁ ନେଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଉତ୍ସବ ମୁଖର ଦେଖିବାକୁ ମିଳିଥାଏ । କିନ୍ତୁ ଗାଁ ଗହଳିରେ କିଛି ଅସାଧୁ ଲୋକମାନେ ଏହାକୁ ଜୁଆ ଆଡ୍ଡା ପର୍ବ ଭାବି ଜୁଆ ଖେଳିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସୋରଣ ଗ୍ରାମରୁ ପୋଲିସ ୭ ଗୋଟି ବାଇକ ସହ ୪ ଜଣ ଜୁଆଡିଙ୍କୁ ଗିରଫ କରିଛି ।

ସେମାନଙ୍କ ଠାରୁ ନଗଦ ୫ ହଜାର ଟଙ୍କା ଜବତ କରିଛି । ଏହି ଜୁଆ ଆଡ୍ଡା ଉପରେ ପୋଲିସ ଅଧିକ ନଜର ରଖିବ ବୋଲି ଟାଙ୍ଗୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଜୁଆ ଖେଳ ଉପରେ ପ୍ରଶାସନ ବାରଣ କରିଥିଲେ ମଧ୍ୟ ଜୁଆ ଖେଳାଳିମାନେ ଲୁଚି ଛପି ଗାଁ ଗହଳିରେ ଖେଳିଥାନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.