ETV Bharat / state

ଭିଜିଲାନ୍ସ ଜାଲରେ ଇନସ୍ପେକ୍ଟର, କାର୍ ବୋଝେଇ ଟଙ୍କା ସହ ଧରାପଡ଼ିଲେ

author img

By ETV Bharat Odisha Team

Published : Jan 12, 2024, 2:37 PM IST

Traffic inspector under vigilance scanner: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା । 24 ଲକ୍ଷରୁ ଅଧିକ ଟଙ୍କା ଜବତ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ
ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ । କାର ବୋଝେଇ ଟଙ୍କା ସହ ଧରାପଡିଲେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା । 11 ଲକ୍ଷ ନଗଦ‌ କ୍ୟାସ ନେଇ ଯିବା ବେଳେ‌‌ କାର୍ ସହ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ନିଜ ବାସଭବନକୁ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ତ୍ରିନାଥ ବଜାରଠାରେ ତାଙ୍କୁ ଭିଜିଲାନ୍ସ କାବୁ କରିଛି । ଅନୁଗୁଳ ଓଡିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ (OMVD)ରେ ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ଜିତେନ୍ଦ୍ର ବେହେରା । ଏନେଇ ଭିଜିଲାନ୍ସ ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ଭିଜିଲାନ୍ସ ଜାଲରେ ଆରଆଇ, 20 ହଜାର ଲାଞ୍ଚ ନେଇ ଧରାପଡିଲେ


ମିଳିଥିବା ସୂଚନା ମୁତାବକ, ତାଳଚେର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍ ଯୋଗେ ତାଳଚେରରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିଲେ । ନିଜ ସହ ଟଙ୍କା ନେଇ ଯାଉଥିବା ଖବର ପାଇବା ପରେ ଭିଜିଲାନ୍ସ ତାଙ୍କୁ ପିଛା କରି ତ୍ରିନାଥ‌ ବଜାର‌ ପାଖରେ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ତାଙ୍କ କାରରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ନଗଦ କ୍ୟାସ ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା ବିଷୟରେ ପଚାରିବାରୁ ସଠିକ ତଥ୍ୟ ଦେଇ ପାରିନଥିଲେ ଇନସ୍ପେକ୍ଟର । ଯାହାପରେ ଟଙ୍କା ସହ ଇନସ୍ପେକ୍ଟରଙ୍କୁ ଅଟକ ରଖି ତଦନ୍ତ କରୁଛି ଭିଜିଲାନ୍ସ ।

ଏହାମଧ୍ୟ ପଢନ୍ତୁ.. କୁବେର MVIଙ୍କୁ ବାନ୍ଧିଲା ଭିଜିଲାନ୍ସ, ରହିଛି ବହୁ ବେନାମୀ ସମ୍ପତ୍ତି

ଏନେଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବିଭିନ୍ନ ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ଅସ୍ତରଙ୍ଗସ୍ଥିତ ଘରୁ ୧୦ ଲକ୍ଷ ନଗଦ କ୍ୟାସ ସହ ତାଳଚେର ଘରୁ ୩ ଲକ୍ଷ ଟଙ୍କା କ୍ୟାସ ଓ ୩୩୬ ଗ୍ରାମ୍ ସୁନା ଅଳଙ୍କାର‌ ଠାବ କରାଯାଇଛି । ଏନେଇ‌ ଭିଜିଲାନ୍ସ ଟିମ ଛାନଭିନ‌ ଜାରି ରଖିଛି । ଏହି ସକ୍ରାନ୍ତରେ ଜିତେନ୍ଦ୍ରଙ୍କ
ତାଙ୍କ ଭାଇ କୃଷ୍ଣଚନ୍ଦ୍ର ବେହେରାଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଥିବା ସୂଚନା ରହିଛି । ଏଯାବତ ବିଭିନ୍ନ ସ୍ଥାନରେ ଚଢାଉ କରି ଭିଜିଲାନ୍ସ 24 ଲକ୍ଷରୁ ଅଧିକ ଟଙ୍କାର ନଗଦ କ୍ୟାସ ଓ ୩୩୬ ଗ୍ରାମର ସୁନା ଅଳଙ୍କାର‌ ଜବତ କରିଛି । ଏନେଇ ଅଧିକ ଛାନଭିନ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.