ETV Bharat / state

ତାଳଚେର- ସମ୍ବଲପୁର ଦୋହରୀକରଣ ରେଳ ପ୍ରକଳ୍ପ, 96.38% ନିର୍ମାଣ କାର୍ଯ୍ୟ ଶେଷ

author img

By

Published : May 31, 2023, 10:54 PM IST

ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ
ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ

ଜୋରସାରରେ ଆଗେଇ ଚାଲିଛି ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ କାର୍ଯ୍ୟ। ନିର୍ମାଣ କାର୍ଯ୍ୟ ପ୍ରାୟ 96% ରୁ ଉର୍ଦ୍ଧ୍ବ ଶେଷ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଅଧିକ ପଢନ୍ତୁ

ଭୁବନେଶ୍ବର: ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପର 96.38% ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରେଳ ନିରାପତ୍ତା ଆୟୁକ୍ତ ଏହି ସେକ୍ସନକୁ ନୀରିକ୍ଷଣ କରି ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ଏହା 168.212 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ହୋଇଥିବାବେଳେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଦୋହରୀକରଣ ରେଳ ପ୍ରକଳ୍ପ ମଧ୍ୟରୁ 162.212 କିମି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ।ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ଏହି ପ୍ରକଳ୍ପର ପ୍ରାୟ 96%ରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅବଶିଷ୍ଟ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି କୁହାଯାଇଛି ।

ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ
ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ

ମାନେଶ୍ୱର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ 9 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୋହରୀକରଣ ରେଳ ଲାଇନକୁ ଉଭୟ ମାଲ୍ ପରିବହନ ଏବଂ ଯାତ୍ରୀ ପରିବହନ ପାଇଁ କାର୍ଯ୍ୟକ୍ଷମ କରାଯାଇଛି । ଓଭରହେଡ ଇଲେକ୍ଟ୍ରି ଇକ୍ୟୁଇପମେଣ୍ଟ, ବ୍ରିଜ୍, ସିଗ୍ନାଲ ଏବଂ ଟେଲିକମ୍‌ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍, ମାନବ ରହିତ ଲେଭଲ୍ କ୍ରସିଂ ଇତ୍ୟାଦି ସୁରକ୍ଷା ସମ୍ବନ୍ଧୀୟ ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଛି । ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ ଏକ ଲାଇଟ୍‌ ଇଞ୍ଜିନ୍‌ର ବେଗ ପରୀକ୍ଷାମୂଳକ ଭାବେ କରାଯାଇଛି । ଏହି ରେଲ ଲାଇନ ନିର୍ମାଣ ପରେ ତାଳଚେର ଏବଂ ସମ୍ବଲପୁର ଅଞ୍ଚଳର ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ସେହିପରି ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହିତ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ ମଧ୍ୟରେ ଏକ ଅସୁବିଧା ମୁକ୍ତ ଟ୍ରେନ୍‌ ଚଳାଚଳ କରାଯାଇପାରିବ ।

ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ
ତାଳଚେର- ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପ


ତେବେ ତାଳଚେର-ସମ୍ବଲପୁର ଅତି ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ରେଳ ପ୍ରକଳ୍ପରେ କାର୍ଯ୍ୟ 2011-12 ମସିହାରେ ଅନ୍ତର୍ଭୂକ୍ତ କରାଯାଇଥିଲା । 2018ରେ ଏହାର ଚୂଡ଼ାନ୍ତ ମଞ୍ଜୁରୀ ଦିଆଯାଇଥିଲା । ସମ୍ବଲପୁର ସିଟି ଏବଂ ମାନେଶ୍ୱର ଷ୍ଟେସନ ମଧ୍ୟରେ 9 କିଲୋମିଟର ଦୈର୍ଘ୍ୟର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ କରାଯାଇଛି । ସମ୍ବଲପୁର ସିଟି ମାର୍ଗ ଦେଇ ତାଳଚେର ଏବଂ ବ୍ରଜରାଜନଗର ମଧ୍ୟରେ ଏହା ଏକ ଅତ୍ୟନ୍ତ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ କୋଇଲା ପରିବହନ ରେଳ ମାର୍ଗ ଅଟେ ।

ଏହା ସହିତ ଏପର୍ଯ୍ୟନ୍ତ ସମୁଦାୟ 162.212 କିଲୋମିଟର ଦୋହରୀକରଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି । ଯାହା ପ୍ରକଳ୍ପର ମୋଟ ଦୈର୍ଘ୍ୟର 96.38% ଅଟେ । ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଏହି ପ୍ରକଳ୍ପର 6 କିଲୋମିଟର ଅବଶିଷ୍ଟ ଅଂଶ ଆସନ୍ତା 2ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ଟଙ୍କା 1539.28 କୋଟି ଟଙ୍କା ହୋଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ମୋଟ 1 ହଜାର 377 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.